Thu. Aug 13th, 2026

ଗଡ଼ିଆରେ ପଡ଼ି ୮ ବର୍ଷୀୟ ବାଳକ ମୃତ

171577202
409 Views

ଭଦ୍ରକ, ଜାନୁଆରୀ ୧୯: ଶନିବାର ପୂର୍ବାହ୍ନରେ ଗ୍ରାମାଞ୍ଚଳ ଥାନା ଅଧୀନ ବିଜେଗଙ୍ଗାଧରପୁର ଗାଁ’ରେ ଗଡ଼ିଆରେ ପଡ଼ି ବୁଡ଼ି ଯିବାରୁ ଜଣେ ୮ ବର୍ଷିୟ ବାଳକର ମୃତ୍ୟୁ ଘଟିଛି।ମୃତ ବାଳକଟି ହେଉଛି ବଳରାମ ମାଝୀଙ୍କ ପୁତ୍ର ଲିପୁ।ଲିପୁକୁ ଘରେ ନ ପାଇବାରୁ ମାଆ ବିଭିନ୍ନ ଆଡ଼େ ଖୋଜା ଖୋଜି କରି ଶେଷରେ ବାରିଆଡ଼ ଗଡ଼ିଆରେ ସେ ଭାସୁଥିବା ଦେଖିଥିଲେ। ହୁଡ଼ାରୁ ଗୋଡ଼ ଖସି ଯାଇଥିବାରୁ ସେ ପାଣିକୁ ପଡ଼ି ବୁଡ଼ି ଯାଇଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି।

ଘଟନାସ୍ଥଳରୁ ଅଳ୍ପ ଦୂରରେ ଅନ୍ୟ କେତେକ ପିଲା ବଲ୍‌ ଖେଳୁଥିଲେ ଏବଂ ଗାଡ଼ିଆ ହୁଡ଼ା ବାଡ଼ମୂଳରେ ଠିଆ ହୋଇ ଲିପୁ ଉଙ୍କିମାରି ଦେଖୁଥିଲା ବୋଲି କେତେକ ଲୋକ କୁହାକୁହି ହେଉଛନ୍ତି।ଲିପୁକୁ ପାଣିରୁ କଢ଼ାଯାଇ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।

By amfnews

Related Post