Mon. Apr 27th, 2026

ଗ୍ୟାସ ସିଲିଣ୍ତର ଲିକ୍ :ନିଆଁଲାଗି ଜଳିଗଲା ୩ ବଖରା

364 Views

କୋକସରା, ଜାନୁଆରୀ ୧୮ : କୋକସରା ଥାନା ଡହଗାଁରେ ଗ୍ୟାସ ଟାଙ୍କି ଲିକ୍ ହେବାରୁ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡ଼ି ଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ସୂଚନା ମୁତାବକ, ଡହଗାଁର ମହେଶ୍ବର ଭରତିଆଙ୍କ ସାନପୁଅ ତୁଲସୀରାମଙ୍କ ସ୍ତ୍ରୀ ନାମରେ ଉଜ୍ଜଳା ଯୋଜନାରେ ରନ୍ଧନ ଗ୍ୟାନ ମିଳିଛି। ଆଜି ସକାଳେ ଗ୍ୟାସ ଚୁଲା ଲଗାଇବା ମାତ୍ରେ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ଜୀବନ ବିକଳରେ ପରିବାରର ୬ ସଦସ୍ୟ ଘରୁ ପଦାକୁ ବାହାରି ଆସିଥିଲେ। ନିଆଁ ଲିଭାଇବାକୁ ସାହିପଡିଶା ଚେଷ୍ଟା କରିଥିଲେ ଓ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ତେ‌ବେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚିବା ବେଳକୁ ୩ ବଖରା ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘର ଭିତରେ ଥିବା‌ ସମସ୍ତ ଆଜବାବପତ୍ର ପୋଡ଼ି ପାଉଁଶ ‌ହୋଇ ଯାଇଥିଲା। ମହେଶ୍ବର ସିଲେଇ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତ୍ତମାନ ଭାଙ୍ଗି ପଡ଼ିଛନ୍ତି। ଏହି ବେସାହାରା ପରିବାରକୁ ଆର୍ଥିକ ସହାୟତା ଯୋଗଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ କୋକସରା ତହସିଲଦାର ମୌସୁମୀ ନାୟକଙ୍କୁ ପଚାରିବାରୁ କ୍ଷତିଗ୍ରସ୍ତ ପରବାରକୁ ତାରପୋଳିନ ଦିଆଯାଇ ପଂଚାୟତରୁ ଚାଉଳ ଦେବା ପାଇଁ ସ୍ଥାନୀୟ ସରପଂଚକୁ ନିର୍ଦେଶ ଦିଆଯାଇଛି। କ୍ଷୟକ୍ଷତିର ଆକଳନ କରାଯାଇଛି। ତୁରନ୍ତ ଏହି ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ।

By amfnews

Related Post