Sun. Oct 18th, 2026

ଗ୍ରାମବାସୀ କଲେ ରାସ୍ତା ଉପରେ ଧାନ ରପଣ…..

382 Views

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଜାଙ୍ଗୱାଡ଼ା ପଞ୍ଚାୟତ ଅନ୍ତର୍ଭୁକ୍ତ ଏମ୍ଭି 124 ଗ୍ରାମର ଗ୍ରାମବାସୀ ଆଜି ଗାଁ ମୁଖ୍ୟ ରାସ୍ତା ଉପରେ ଧାନ ରପଣ କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ 5ବର୍ଷ ହେଲା ଏହି ଗାଁର ମୁଖ୍ୟ ରାସ୍ତା ଅତି ଶଚନୀୟ ଅବସ୍ଥାରେ ଅଛି। ଏହି ରାସ୍ତା ଦେଇ ମୁଖ୍ୟତ ଏମ୍ଭି 38, ସୀନ୍ଧିଗୁଡା, ଏମ୍ଭି 39, ଏମ୍ପିଭି 15 ଗ୍ରାମର ଲକମାନେ ଯାତାୟତ କରିଥାନ୍ତି। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅତ୍ୟଧିକ ବର୍ଷା ଜଗୁ ରାସ୍ତା ଅତ୍ୟନ୍ତ ସଚନୀୟ ଅବସ୍ଥା ହେଇଯାଇଥିବା ବେଳେ ଅଳ୍ପ ବର୍ଷା ଅସିଲେ ସାରା ରାସ୍ତା କାଦୁଅ ଏବଂ ନାଳ ନର୍ଦମା ପାଣିରେ ପରିପୂର୍ଣ ହେଇଯାଏ ତଥା ଯାତାୟତ ପାଇଁ ଅନେକ ସମସ୍ୟା ଦେଖାଯାଏ ଏବଂ ଜରୁରୀ କାଳିନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଯାନବାହନ ଯିବା ଆସିବା ଅସମ୍ଭବକର ହୋଇଯାଇଥାଏ ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ଏ ନେଇ ଗ୍ରାମବାସୀ ଅନେକ ଥର ପଞ୍ଚାୟତ ଅଫିସ ସହ ନିଜ ଗ୍ରାମସଭାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୋୖଣସି ସୁଫଳ ନମିଳିବା ହେତୁ ଗ୍ରାମର ମହିଳା ଏବଂ ପୁରୁଷ ମାନେ ରାସ୍ତାଉପରେ ଧାନ ରପଣ କରିଥିଲେ ବୋଲି ବିମଲ ମଣ୍ଡଳ, ପ୍ରଭାଷ ଵୈଦ୍ୟ, ଶିଶିର ମିର୍ଧା, ଶାନ୍ତି ମଣ୍ଡଳ ଏବଂ ଗ୍ରାମବାସୀ ମତପ୍ରକାଶ କରିଛନ୍ତି।

By amfnews

Related Post