Fri. Apr 24th, 2026

ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରରେ ରାଷ୍ଟ୍ରପତି; କହିଲେ- ଏଠାକୁ ଆସି ଖୁସି ଲାଗୁଛି

233 Views

ବ୍ରହ୍ଣପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଥିବା ସେନାର ଆର୍ମି ଏଡ଼ି ସେଣ୍ଟରକୁ ମିଳିଲା ସମ୍ମାନଜନକ ‘ପ୍ରେସିଡେଣ୍ଟ  କଲର୍ସ ପ୍ରେଜେଣ୍ଟେସନ’। ଆଜି ଆର୍ମି ଏଡ଼ି ସେଣ୍ଟର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି । ଏହା ହେଉଛି ସଶସ୍ତ୍ର ସେନା ପାଇଁ ସର୍ବୋଚ୍ଚ ସାମରିକ ସମ୍ମାନ ।

ଉଭୟ ଶାନ୍ତି ଏବଂ ସଂଘର୍ଷ ସମୟରେ ସେନା କର୍ପସ୍‌ର ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ଚୟନ କରାଯାଇଥାଏ । ଆଜି ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରାଯାଇଥିଲା । ରାଷ୍ଟ୍ରପତି ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସେ ଭାରତୀୟ ସେନାର କାର୍ଯ୍ୟଧରାକୁ ପ୍ରଶଂସା କରିଥିଲେ ।

ଏହା ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ ପ୍ରଥମ ଗସ୍ତ ହୋଇଥିବା ବେଳେ ଖୁବ୍‌ ଖୁସି ଲାଗୁଛି ବୋଲି ରାଷ୍ଟ୍ରପତି କହିଛନ୍ତି । କାର୍ଯ୍ୟକ୍ରମରେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post