Fri. Sep 11th, 2026

ଗୋବିନ୍ଦା କହିଲେ, ମୁଁ ଦୁନିଆର ସବୁଠାରୁ ବଡ଼ ସିନେମା ଅଫରକୁ ଏଡାଇ ଦେଇଥିଲି

293 Views

ମୁମ୍ବାଇ : ବଲିଉଡ୍‌ର ଡ୍ୟାନସିଂ ଷ୍ଟାର ଗୋବିନ୍ଦା ନିକଟରେ ଦେଇଥିବା ଏକ ବୟାନ୍‌କୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ ହେବାରେ ଲାଗିଛନ୍ତି। ଗୋବିନ୍ଦା ଏକ ଟେଲିଭିଜନ୍‌ ସୋ’ରେ କହିଥିଲେ ଥିଲେ କି ଜେମ୍ସ କ୍ୟାମରୁନ୍‌ଙ୍କ ନିର୍ଦ୍ଦେଶିତ ସିନେମା ‘ଅବତାର’ ପାଇଁ ତାଙ୍କୁ ଅଫର ମିଳିଥିଲା। କିନ୍ତୁ ସେ ଏହି ଫିଲ୍ମ ଅଫରକୁ ଏଡାଇ ଦେଇଥିଲେ।ଗୋବିନ୍ଦାଙ୍କ ଏହି ବୟାନ୍‌କୁ ସୋସିଆଲ ମିଡିଆରେ ଜୋକ୍‌ ଅଫ୍‌ ଦି ଡେ ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଗୋବିନ୍ଦାଙ୍କ ଫଟୋ ‘ଅବତାର’ ସିନେମା ସହିତ ମିଶାଇ ମିମ୍ସ ବନାଯାଇଛି। ଏଭଳି ବୟାନ୍‌କୁ ନେଇ ଗୋବିନ୍ଦାଙ୍କ ଜୋରଦାର ମଜା ଉଡାଯାଉଛି।

୨୦୦୯ରେ ଆସିଥିବା ‘ଅବତାର’ ଦୁନିଆର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ସିନେମା ଥିଲା। ନିକଟରେ ଏଭେଞ୍ଜର୍ସ ଏଣ୍ଡ ଗେମ୍‌ ସିନେମାର ରେକର୍ଡ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଗୋବିନ୍ଦାଙ୍କ ଏଭଳି ବୟାନ୍‌ର ମଜା ଉଡାଇ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଯଦି ଗୋବିନ୍ଦାଙ୍କୁ ଅବତାର ସିନେମାର ଅଫର ମିଳିଥିଲା, ତେବେ ସଲମାନ୍‌ ଖାନଙ୍କୁ ବି ନୋବେଲ ସମ୍ମାନର ବି ଅଫର ମିଳିବ।

By amfnews

Related Post