Mon. Oct 5th, 2026

ଗୋଟିଏ ଦିନର ଦରମା ଦାନ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

554 Views

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାସ୍ତାଉପରେ ଅନେକ ଗାଈ ବୁଲୁଥିବାର ପରିଲକ୍ଷିତ ହେଉଛି। ଏହା ପୁଲିସ ଓ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ଏଭଳି ପରିସ୍ଥିତିରେ ଅଲିଗଡ଼ ଓ ଲକ୍ଷ୍ନୌର ଜିଲ୍ଲାପାଳଙ୍କର ଏକ ନିଦ୍ଦେଶନାମା ଅଧିକାରୀମାନଙ୍କୁ ଚିନ୍ତାରେ ପକାଇଛି। ଅଲିଗଡର ଜିଲ୍ଲାପାଳ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ଗୋ-କଲ୍ୟାଣ ଲାଗି ନିଜର ଗୋଟିଏ ଦିନର ଦରମା ଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିନେଇ ସେ ଏକ ନିର୍ଦ୍ଦେଶନାମା ବି ଜାରି କରିଛନ୍ତି। ପଶୁ ଚିକିତ୍ସାଧିକାରୀମାନେ ଗାଈମାନଙ୍କ ଚୋରି ଲାଗି ଦାୟୀ ରହିବେ। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ କରାଯାଉଛି।

ଅଲିଗଡର ଜିଲ୍ଲାପାଳ ସି ଭି ସିଂହ କହିଛନ୍ତି ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିଜର ଗୋଟିଏ ଦିନର ବେତନ ଜରିଆରେ ଉନ୍ନତି କରାଯିବ। ଜିଲ୍ଲାରେ ପ୍ରାୟ ୩୦ ହଜାର ଅନାଥ ଗୋବଂଶ ରହିଛି। ଇତିମଧ୍ୟରେ କେତେକ ଅଧିକାରୀ ନିଜର ଗୋଟିଏ ଦିନର ବେତନ ଜମା କରିସାରିଲେଣି।

By amfnews

Related Post