Sun. Oct 18th, 2026

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ଖାରଜ କଲେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ

235 Views

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ କରିଥିବା ଜାମିନ ଆବେଦନକୁ ଗତକାଲି ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ୧୯୯୧ରୁ ୧୯୯୬ ଯାଏଁ ଲାଲୁ ପ୍ରସାଦ ଯାଦବ ଅବିଭକ୍ତ ବିହାରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଦୁମକା ଟ୍ରେଜେରିରୁ ଜାଲିଆତି କରି ସାଢ଼େ ତିନି କୋଟି ଟଙ୍କା ଉଠାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଛନ୍ତି। ସେ ନିଜର ବୟସ ଏବଂ ଖରାପ ସ୍ବାସ୍ଥ୍ୟାବସ୍ଥା ଦର୍ଶାଇ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରିଥିଲେ।

ଏହି ମାମଲାରେ ଲାଲୁଙ୍କୁ ସିବିଆଇର ସ୍ବତନ୍ତ୍ର ଅଦାଲତ ୭ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ। ତାଙ୍କୁ ମିଳିଥିବା ଦଣ୍ଡର ଅର୍ଦ୍ଧାଧିକ ସମୟ ସେ ଜେଲରେ ବିତାଇ ସାରିଥିବାରୁ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ବୋଲି ତାଙ୍କ ଓକିଲ ନିବେଦନ କରିଥିଲେ। ତେବେ ଏହାକୁ ବିଚାରପତି ଅପରେଶ କୁମାର ସିଂହଙ୍କ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ ଏବଂ ଲାଲୁଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ ।

By amfnews

Related Post