Sun. Oct 4th, 2026

ଗୋଆରେ ଆୟୋଜିତ ହେବ ୫୦ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ, ପ୍ରଦର୍ଶିତ ହେବ ୨୦୦ଟି ଫିଲ୍ମ

267 Views

ନୂଆଦିଲ୍ଲୀ  :  ଚଳିତ ବର୍ଷ ୫୦ତମ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଗୋଆରେ ଆୟୋଜିତ ହେବାକୁ ଯାଉଛି। ଏହା କହିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହି ଫିଲ୍ମ ଫେଷ୍ଟିଭାଲ୍ ଆଗାମୀ ନଭେମ୍ବର ୨୦ରୁ ୨୮ ତାରିଖ ଯାଏଁ ଚାଲିବ। ଏହି ଅବସରରେ ବିଗତ ୫୦ ବର୍ଷ ମଧ୍ୟରେ ରିଲିଜ୍ ହୋଇଥିବା ସାରା ବିଶ୍ବର ପ୍ରାୟ ୨୦୦ଟି ଫିଲ୍ମ ପ୍ରଦର୍ଶିତ ହେବ ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।

ପ୍ରକାଶ ଜାଭଡେକର ଆହୁରି ମଧ୍ୟ କହିଛନ୍ତି ଯେ ୫୦ତମ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ ୨୦ ରୁ ୨୮ ନଭେମ୍ବର ମଧ୍ୟରେ ଗୋଆରେ ଆୟୋଜନ ହେବାକୁ ଯାଉଛି। ଏଥିରେ ବିଭିନ୍ନ ଦେଶର ୨୦୦ରୁ ଅଧିକ ଫିଲ୍ମ ତଥା ବିଭିନ୍ନ ଭାରତୀୟ ଭାଷାରେ ୨୬ଟି ଫିଚର ଫିଲ୍ମ ପ୍ରଦର୍ଶନ କରାଯିବ। ତେବେ ଏହି ଭାରତୀୟ ସିନେମାଗୁଡ଼ିକ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିନାହାନ୍ତି ପ୍ରକାଶ ଜାଭଡେକର ।

By amfnews

Related Post