Thu. Sep 3rd, 2026

ଗୁହାଳରେ ଲାଗିଲା ନିଆଁ; ଜଳିଗଲେ ୧୨ ଗାଈ, ୪ ଛେଳି

257 Views

ସାଲେପୁର : କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ରବୀନ୍ଦ୍ର ଦାସଙ୍କ ଗୁହାଳରେ ନିଆଁ ଲାଗି ୧୨ଟି ଗାଈ ଓ ୪ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଗଟିଥିବା ବେଳେ ମଶାବତୀରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଗୁହାଳରେ ଜାଳ ଘସି ଥିବାରୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା।  ଗାଁ ଲୋକେ ରାତିରେ ଗୁହାଳ ଜଳୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

By amfnews

Related Post