Mon. Oct 19th, 2026

ଗୁଳି ଚୋଟରେ ସକାଳ ବୁଲାରେ ବାହାରିଥିବା ଉତ୍ତରପ୍ରଦେଶ ହିନ୍ଦୁ ମହାସଭା ଅଧ୍ୟକ୍ଷ ନିହତ

409 Views

ଲକ୍ଷ୍ନୌ : ରବିବାର ସକାଳେ ଲକ୍ଷ୍ନୌ କେନ୍ଦ୍ରସ୍ଥଳରେ ଥିବା ହଜରତଗଞ୍ଜ ଅଞ୍ଚଳରେ ଦୁଇ ଜଣ ମଟରସାଇକେଲ୍‌ ଆରୋହୀ ଉତ୍ତର ପ୍ରଦେଶ ୟୁନିଟ୍‌ର ‘ଅଖିଳ ଭାରତୀୟ ହିନ୍ଦୁ ମହାସଭା’ର ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ଗୋରଖପୁର ଜିଲ୍ଲା ନିବାସୀ ‘ଅଖିଳ ଭାରତୀୟ ହିନ୍ଦୁ ମହାସଭା’ର ଅଧ୍ୟକ୍ଷ ରଣଜୀତ ବଚ୍ଚନ ତାଙ୍କ ସାନଭାଇଙ୍କ ସହ ସକାଳ ବୁଲାରେ ଯାଇଥିବା ବେଳେ ହଜରତଗଞ୍ଜସ୍ଥିତ ସେଣ୍ଟ୍ରାଲ୍‌ ଡ୍ରଗ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଅଟ୍ଟାଳିକା ନିକଟରେ ଦୁଇଜଣ ଲୋକ ସେମାନଙ୍କ ଉପରକୁ ଗୁଳି ଚଳାଇ ଥିଲେ।
ଘଟଣାସ୍ଥଳରେ ରଣଜୀତ ବଚ୍ଚନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ସାଙ୍ଘାତିକ ଆହତ ହୋଇଛନ୍ତି। ତାଙ୍କୁ କିଙ୍ଗ୍‌ ଜର୍ଜସ୍‌ ମେଡିକାଲ୍‌ ୟୁନିଭର୍ସିଟିର ଟ୍ରମା ସେଣ୍ଟର୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଅଳ୍ପ କିଛି ଦିନ ମଧ୍ୟରେ ଲକ୍ଷ୍ନୌ ସହରରେ କଠୋରପନ୍ଥୀ ହିନ୍ଦୁ ସଙ୍ଗଠନର ନେତାଙ୍କୁ ହତ୍ୟା କରାଯିବାରେ ଏହା ହେଉଛି ଦ୍ୱିତୀୟ ଘଟଣା। ଗତବର୍ଗ ଅକ୍ଟୋବର ମାସରେ ହିନ୍ଦୁ ସମାଜ ପାର୍ଟିର ଜାତୀୟ ଅଧ୍ୟକ୍ଷ କମଳେଶ ତିଓ୍ଵାରିଙ୍କୁ ତାଙ୍କ ଖୁର୍ସିଦ୍‌ବାଗ ବାସଭବନରେ ହତ୍ୟା କରାଯାଇଥିଲା।

By amfnews

Related Post