Thu. May 14th, 2026

ଗୁରୁଙ୍କ ସ୍ଥାନ ପୂରଣ କରିପାରିବନି ଗୁଗଲ : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

335 Views

ଭୁବନେଶ୍ୱର: ଭାରତରଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଇ ଇଣ୍ଟରନେସନାଲ ସ୍କୁଲର କାର୍ଯକ୍ରମରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଓଡିଆରେ ଜଣାଇବା ସହ ଓଡିଆରେ ଅଭିଭାଷଣ ଆରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେ କହିଛନ୍ତି, “ଦୀର୍ଘ ଦିନର ବ୍ରିଟିଶ ଶାସନ ଯୋଗୁଁ ଆମ ଇତିହାସ ପାଠ୍ୟକ୍ରମ ସହ ଆମର ଚିନ୍ତା ବଦଳିଛି । ଆମ ସଂସ୍କୃତି-ଐତିହକୁ ଆମ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପଡିବ ।ଛାତ୍ରଛାତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ଉପ-ରାଷ୍ଟ୍ରପତି । ୫ଟି କଥା ମନେ ରଖିବାକୁ ପିଲାଙ୍କୁ ଭେଙ୍କେୟା ନାଇଡୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, “ଘରେ ମାତୃଭାଷା କୁହ । ମମି ନୁହେଁ ମା’ କୁହ । ବାପା-ମାଆଙ୍କୁ ଅବହେଳା କର ନାହିଁ । ନିଜ ଦେଶ କି ରାଜ୍ୟକୁ ଭୁଲନି ।

ଗୁଗଲ କେବେ ଗୁରୁଙ୍କ ସ୍ଥାନ ପୂରଣ କରିପାରିବନି ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ଏଠାରେ ସୂଚନାଯୋଗ୍ୟ ଯେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବାପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀଲାଲ୍‌ ଏବଂ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସ୍ୱାଗତ କରିଥିଲେ। ସେ ପୂର୍ବ ନିର୍ଦ୍ଧାରିତ ସମୟର ୧୦ ମିନିଟ୍‌ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିଥିଲେ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିମାନଯୋଗେ ନୂଆଦିଲ୍ଲୀ ଫେରିବାର କାର୍ଯକ୍ରମ ରହିଛି।

By amfnews

Related Post