Fri. Jul 3rd, 2026

ଗୁରବେ ନମଃ ଅନୁଷ୍ଠାନ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ

197 Views

ରାଉରକେଲା, ୧୫ା୧୧  : ଇସ୍ପାତ ସହର ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୁରବେ ନମଃ ଆନୁକୂଲ୍ୟରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ସୁଧୀର କୁମାର ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛେଣ୍ଡସ୍ଥିତ ନିର୍ମଳ ମୁଣ୍ଡା ବିଦ୍ୟାପୀଠ ପରିସରରେ ଭାରତର ପ୍ରଧମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରଙ୍କ ଜୟନ୍ତୀ ଉତ୍ସବ ତଥା ପବିତ୍ର ଶିଶୁ ଦିବସ ବିଦ୍ୟାପୀଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାସମାରୋହରେ ପାଳନ କରାଯାଇଛି ।

ସମାରୋହରେ ରାଉରକେଲା ଜିଲା କଂଗ୍ରେସର ପୂର୍ବତନ ସଭାପତି ବିରେନ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପଣ୍ଡିତଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ପଣ୍ଡିତଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ବିଦ୍ୟାପୀଠ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ମୁଖ୍ୟ ପ୍ରବନ୍ଧକ ଗୋକୁଳାନନ୍ଦ ମହାନ୍ତି, ରାଉରକେଲା ଜିଲା କଂଗ୍ରେସ ସେବାଦଳ ଆବାହକ ବିନୋଦ ଚନ୍ଦ୍ର ରାଉତ, ଯୁବନେତା ବିଶ୍ୱରଞ୍ଜନ ସାହୁ, ବୁବୁ ଦାସ, ନିଜାମ ଅଖତର, ପ୍ରକାଶ ଶତପଥୀ ପ୍ରମୁଖ ଯୋଗ ଦେଇ ପଣ୍ଡିତଙ୍କ ଫଟୋଚିତ୍ରରେ ସାମୁହିକ ପୁଷ୍ପାମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଦ୍ୟାପୀଠ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟୋପକରଣମାନ, ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିଭୂଦତ୍ତ ରାଉତ, ମାଙ୍ଗରୀ ନାୟକ, ସୁନୀତା ଭେଙ୍ଗରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

By amfnews

Related Post