Thu. Sep 24th, 2026

ଗୁଜରାଟରେ ପଶିବାକୁ ଚେଷ୍ଟା କରୁଛନ୍ତି ପାକିସ୍ତାନୀ ଆତଙ୍କବାଦୀ ଓ କମାଣ୍ଡୋ; ହାଇ ଆଲର୍ଟ ଜାରି

239 Views

ନୂଆଦିଲ୍ଲୀ  : ଡିଙ୍ଗି ଯୋଗେ କଚ୍‌ ଉପସାଗର ମଧ୍ୟକୁ ପାକିସ୍ତାନୀ ନୌସେନା ଦ୍ୱାରା ତାଲିମପ୍ରାପ୍ତ ଆତଙ୍କବାଦୀ ଏବଂ କମାଣ୍ଡୋମାନେ ପ୍ରବେଶ କରୁଥିବା କଥା ଗୁଇନ୍ଦା ସୂଚନା ମିଳିବା ପରେ ଗୁଜରାଟ ସୀମାନ୍ତରେ ସୀମା ସୁରକ୍ଷା ବଳ ଏବଂ ଭାରତୀୟ ତଟରକ୍ଷୀମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି।

ସୀମା ସୁରକ୍ଷା ବଳଙ୍କୁ ଗୁଇନ୍ଦା ସୂତ୍ରରୁ ଚେତାଇ ଦିଆଯାଇଛି କି, ପାକିସ୍ତାନରେ ତାଲିମପ୍ରାପ୍ତ କମାଣ୍ଡୋ ଏବଂ ଆତଙ୍କବାଦୀମାନେ ଡିଙ୍ଗି ଯୋଗେ କଚ୍‌ ଉପସାଗର ଏବଂ ସାର୍‌ କ୍ରିକ୍‌ ଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଟା ଚଳାଇଛନ୍ତି।

ଜଳ ମଧ୍ୟରେ ଆତଙ୍କବାଦୀମାନେ ଗୁଜରାଟ ଏବଂ ଅନ୍ୟ ବନ୍ଦରଗୁଡ଼ିକରେ ଏବଂ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିବାର ସମ୍ଭାବନା ରହିଛି ବୋଲି ଗୁଇନ୍ଦା ସୂଚନା ଦେଇଛି। ଗୁଇନ୍ଦା ସୂଚନା ଆଧାରରେ କଚ୍‌ ଉପକୂଳରେ ଥିବା କେତେକ ବନ୍ଦରରେ ଚେତାବନୀ ଜାରି କରାଯାଇଛି। ଘରୋଇ ବନ୍ଦର ଚଳାଉଥିବା ଆଦାନି ଗ୍ରୁପ୍‌ ମଧ୍ୟ ଚେତାବନୀ ଜାରି କରିଛି। ବନ୍ଦର ଓ ସମୁଦ୍ର ତଟରେ ସିକ୍ୟୁରିଟି ଲେବଲ୍‌-୧ ଜାରି କରାଯାଇଛି ବୋଲି ସେମାନେ କହିଛନ୍ତି।

By amfnews

Related Post