Mon. Sep 7th, 2026

ଗୁଜରାଟରେ ଛାତରୁ ପଡ଼ି ଓଡ଼ିଆ ଶ୍ରମିକ ମୃତ

232 Views

ଭଦ୍ରକ: ଗୁଜରାଟର ଏକ ଘରୋଇ କମ୍ପାନିରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକ ଶନିବାର ରାତିରେ ଛାତରୁ ପଡ଼ି ମରିଯାଇଛନ୍ତି। ମୃତବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲାର ରମ୍ଭିଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ କେଶପୁର ଗାଁ’ର ବିଜୟ କୁମାର ବେହେରା। ଜୁଲାଇ ୨୦ ତାରିଖ ରାତିରେ ଖାଇପିଇ ସାରି ସେ ଛାତ ଉପରକୁ ଯାଇ ଫୋନ୍‌ରେ କଥାବାର୍ତ୍ତା କରୁଥିବା ସମୟରେ କୌଣସି କାରଣରୁ ତଳକୁ ଖସି ପଡ଼ି ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଗୁଜରାଟର ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବିଜୟଙ୍କ ପରିବାର ଓ ସାଙ୍ଗମାନେ ହେଲିକପ୍ଟର୍‌ ଯୋଗେ ତାଙ୍କ ଶବକୁ ଗାଁକୁ ଆଣିଥିଲେ। ଏକମାତ୍ର ରୋଜଗାରିଆ ଭାବେ ବିଜୟ ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କର ମୃତ୍ୟୁ ଯୋଗୁଁ ପତ୍ନୀ, ପୁଅ ହିତେଶ ଏବଂ ଝିଅ ଜ୍ୟୋତିଲତା ଦୁଃଖରେ ଭାଙ୍ଗିପଡ଼ିଛନ୍ତି।

By amfnews

Related Post