Mon. Aug 17th, 2026

ଗୁଜରାଟ ବାଟେ ଭାରତକୁ ପଶି ପାରନ୍ତି ଆତଙ୍କବାଦୀ; ଗୁଇନ୍ଦା ରିପୋର୍ଟ ପରେ ସୀମାନ୍ତରେ ବଢ଼ିଲା ନିରାପତ୍ତା ବ୍ୟବସ୍ଥା

246 Views

ନୂଆଦିଲ୍ଲୀ  : ଗୁଜରାଟ ପୁଲିସକୁ ଗୁଇନ୍ଦା ବ୍ୟୁରୋ ଦେଇଥିବା ସଦ୍ୟତମ ସତର୍କ ସୂଚନା ଅନୁସାରେ, କଚ୍‌ ଅଞ୍ଚଳରେ ଥିବା ଭାରତ-ପାକିସ୍ତାନ ସୀମାନ୍ତ ବାଟ ଦେଇ ଆତଙ୍କବାଦୀମାନେ ଭାରତରେ ପଶିବାକୁ ଉଦ୍ୟମ କରି ପାରନ୍ତି। ସୂଚନା ପାଇବା ପରେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା କୌଣସି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ସାମୁଦ୍ରିକ ଏବଂ ସୀମାନ୍ତ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ପୂର୍ବ କଚ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପରୀକ୍ଷିତ ରାଠୋର୍‌ଙ୍କ କହିବା ଅନୁସାରେ, ବିପଦ ସଂକ୍ରାନ୍ତରେ ସେ ଅଞ୍ଚଳର ଗ୍ରାମବାସୀ ଏବଂ ମତ୍ସ୍ୟଜୀବୀଙ୍କୁ ଅବଗତ କରାଇ ଦିଆଯାଇଛି। କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ବା ବ୍ୟକ୍ତିଙ୍କ ସମ୍ପର୍କରେ ଯଥାଶୀଘ୍ର ସରକାରୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ ସେମାନଙ୍କୁ କୁହାଯାଇଛି।

ଅନୁପ୍ରବେଶ ନ କରାଇ ଦେବାକୁ ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସୀମାନ୍ତ ଅଞ୍ଚଳରେ ଅଧିକ ସାମୁଦ୍ରିକ ପୁଲିସ ଏବଂ ସୀମାନ୍ତ ପୁଲିସ ମୁତୟନ କରାଯାଇଛି।ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀମାନେ ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ରିପୋର୍ଟ ମିଳିବା ପରେ ପୁଣି ଏ ଭଳି ସୂଚନା ଆସିଛି।

By amfnews

Related Post