Tue. Sep 8th, 2026

ଗୀତାଞ୍ଜଳିଙ୍କ ହତ୍ୟାକାରୀକୁ ଗିରଫ ପାଇଁ ବିଜେପି ମହିଳା ମୋର୍ଚ୍ଚାର ଦାବି

240 Views

ରାଉରକେଲା, ୨୭/୧୦  : ବିଜେପି ପାନପୋଷ ସାଙ୍ଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଉରକେଲା ଏସ୍ପି ଡ. ଉମାଶଙ୍କର ଦାଶଙ୍କୁ ସାକ୍ଷାତ କରି ଛେଣ୍ଡ କଲୋନୀରେ ଘଟିଥିବା ଯୌତୁକଜନିତ ଗୀତାଞ୍ଜଳି ଦଳାଇଙ୍କ ମୃତ୍ୟୁରେ ଜଡିତ ଶ୍ୱଶୁର ଘରର ସଦସ୍ୟଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ନିରୀହ ଗୀତାଞ୍ଜଳିଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରଶାସନ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରତିନିଧି ମଣ୍ଡଳୀ ଏସ୍ପିଙ୍କୁ କହିଥିଲେ ।

ଭବିଷ୍ୟତରେ ଏ ଅଞ୍ଚଳରେ ଆଉ ଏଭଳି ଘଟଣା ଯେପରି ନଘଟେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଏସ୍ପି ଶ୍ରୀ ଦାଶଙ୍କୁ ଅନୁରୋଧ କରିଥିଲେ । ଏହାଦ୍ୱାରା ଜନତାଙ୍କ ମଧ୍ୟରେ ପ୍ରଶାସନ ପ୍ରତି ବିଶ୍ୱାସ ବୃଦ୍ଧି ପାଇବ । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା କଳ୍ପନା ଲେଙ୍କା, ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଇପ୍ସୀତା ବିଶ୍ୱାଳ ଜିଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପଦ୍ମିନୀ ଦାଶ ଓ ସୁମି ଜେନା, ଅଳକା ମହାନ୍ତି, ଆଶା ନାଇଡୁ, ଶିବାନୀ ଦେବ, ଯୋଛନା ସାମଲ, ସୁଶୀଲ ଶର୍ମା, ଏପ୍ରିଲ କଚ୍ଛପ ସାମିଲ ଥିଲେ ।

By amfnews

Related Post