Fri. Jun 12th, 2026

ଗାଡ଼ି ଅଛି କଟକରେ, ଚାଲାଣ କଟିଲା ଭୁବନେଶ୍ୱରରେ

176 Views

କଟକ : ପୁଣି ଏକ ଟ୍ରାଫିକ ଇ-ଚାଲାଣରେ ଜୋରଜବରଦସ୍ତ ଜରିମାନା ହୋଇଥିବା ଅଭିଯୋଗ ହୋଇଛି। କଟକ ସହର ସ୍ଥିତ ଗଙ୍ଗାମନ୍ଦିର ଅଞ୍ଚଳର ସୁଶାନ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି। ସେ ଚଳାଉଥିବା ଏକ କାର୍‌ ଉପରେ ଗତ ଅଗଷ୍ଟ ୨୮ରେ ୩୫୦୦ ଟଙ୍କାର ଜରିମାନା ହୋଇଥିବା ନେଇ ସେ ବାହନ ୱେବସାଇଟରୁ ଜାଣିବାକୁ ପାଇଛନ୍ତି। ତେବେ ସେହିଦିନ ତାଙ୍କ ଗାଡ଼ି ଭୁବନେଶ୍ୱର ଯାଇ ନଥିବା ବେଳେ ବାଣୀବିହାର ଅଞ୍ଚଳରେ କିପରି ଇ-ଚାଲାଣ କଟିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି,“  ଡିଏଲ୍, ପଲ୍ୟୁସନ ସାର୍ଟିଫିକେଟ , ଦ୍ରୁତ ଚାଳନା ଏବଂ ଗାଡ଼ି ନ ଅଟକିବାରୁ ଏହି ଜରିମାନା କରାଯାଇଥିବା ଦର୍ଶାଯାଇଛି। ତେବେ ମୋର ପଲ୍ୟୁସନ ବୈଧ ଥିବା ସହ ଡ୍ରାଇଭିଂ ଲାଇସେନ୍ସ ରହିଥିବା ବେଳେ ଜରିମାନା କିପରି କଟିଲା। ଚାଲାଣ କାଟିବା ସମୟରେ ଗାଡ଼ି ଅଟକି ନଥିବା ଦର୍ଶାଯାଇଥିବାବେଳେ ସେମାନେ କିପରି ଗାଡ଼ିର କାଗଜପତ୍ର, ଡ୍ରାଇଭିଂ ଲାଇସେନସ ଓ ପଲ୍ୟୁସନ ବୈଧ ନଥିଲା ବୋଲି ଜାଣିପାରିଲେ।  ଚାଲାଣ କାଟିବାର ୩ ମାସ ବିତିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମୋ ପାଖକୁ ଏହି ଚାଲାଣ ଆସିନାହିଁ।”

ଅନ୍ୟପକ୍ଷରେ ପରିବହନ ବିଭାଗ ବେପରୁଆ ଭାବେ ଏଭଳି ଚାଲାଣ କାଟୁଥିବା ସେ ଅଭିଯୋଗ କରିଛନ୍ତି।

By amfnews

Related Post