Sat. Oct 10th, 2026

ଗଣପ୍ରତିବାଦ ଏବଂ ସଂଘର୍ଷ ପରେ ହଙ୍ଗ୍‌ କଙ୍ଗ୍‌ ବିମାନ ବନ୍ଦରରୁ ଚଳାଚଳ କଲା ବିମାନ

459 Views

ହଙ୍ଗ୍‌ କଙ୍ଗ୍‌  : ଉଗ୍ରମୁଖା ପୁଲିସ ଏବଂ ପ୍ରତିବାଦକାରୀଙ୍କ ମଧ୍ୟରେ ସଂଘର୍ଷ ହେବା କାରଣରୁ ଚୀନ୍‌ ନିୟନ୍ତ୍ରଣାଧୀନ ସହର ହଙ୍ଗ୍‌ କଙ୍ଗ୍‌ର ବିମାନ ବନ୍ଦରରେ ଗତ ଦୁଇ ଦିନ ଧରି ବାଧାପ୍ରାପ୍ତ ବିମାନ ସେବା ପୁଣି ଆରମ୍ଭ ହୋଇଛି।

ଦଶ ସପ୍ତାହ ହେବ ସେଠାରେ ପୁଲିସ ଏବଂ ଗଣତନ୍ତ୍ରଣ ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ବଢ଼ି ଚାଲିଛି। ୧୯୯୭ ମସିହାରେ ବ୍ରିଟିସ୍‌ ଠାରୁ ଚୀନ୍‌ ଶାସନକୁ ଆସିବା ପରେ ଏସିଆର ଆର୍ଥିକ ନାଭିଚକ୍ର କୁହାଯାଉଥିବା ଏହି ସହରରେ ଏ ଭଳି ପରିସ୍ଥିତି କେବେ ହୋଇ ନ ଥିଲା। ବୁଧବାର ପ୍ରତ୍ୟୁଷରେ ୩୦ ସରିକି ପ୍ରତିବାଦକାରୀ ବିମାନ ବନ୍ଦରରେ ଥିବା ବେଳେ କର୍ମଚାରୀମାନେ ରାତାରାତି ରକ୍ତ ଓ ଆବର୍ଜନା ସଫା କରିଥିଲେ। ଏହା ପରେ ରାତି ତମାମ ଅପେକ୍ଷାରତ କ୍ଳାନ୍ତ ଯାତ୍ରୀଙ୍କ ନିମନ୍ତେ ଚେକ୍‌-ଇନ୍‌ କାଉଣ୍ଟର୍‌ ଖୋଲିଥିଲା।

By amfnews

Related Post