Wed. Sep 23rd, 2026

ଗଣଦୁଷ୍କର୍ମ ମାମଲାରେ ରେଲୱେ ଆରକ୍ଷୀଙ୍କୁ ଭେଟିଲା ବିଜେପି

191 Views

ରାଉରକେଲା, ୯ା୧ : ରବିବାର ରେଳବାଇ ଷ୍ଟେସନ ଥାନାରେ ଗଣଦୁଷ୍କର୍ମ ମାମଲା ନେଇ ଜୈନିକା ଯୁବତୀଙ୍କ ତରଫରୁ ରିପୋର୍ଟ କରାଯାଇଥିବା ବେଳେ ନାରୀମାନଙ୍କ ସୁରକ୍ଷା ନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଜଗବନ୍ଧୁ ବେହେରାଙ୍କ ନେତୃତ୍ୱରେ ରେଳବାଇ ପୋଲିସ ଆରକ୍ଷୀ ଅଜୟ ପ୍ରତାପ ସ୍ୱାଇଁଙ୍କୁ ସାକ୍ଷାତ କରିଥିଲେ । ୫ ଜଣ ଯୁବକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ଏହି ଯୁବତୀ ଜଣଙ୍କୁ ରେଳବାଇ ପୋଲିସ ଡାକ୍ତରୀ ପରୀକ୍ଷା ପାଇଁ ପଠାଇବା ପରେ ଏ ସଂକ୍ରାନ୍ତରେ ଲିପାଲ ଅଥରିଟି, ସୁନ୍ଦରଗଡକୁ ଅବଗତ କରାଯିବା ସହ ୧୬୪ ଧାରାରେ କୋର୍ଟକୁ ରିପୋର୍ଟ କରାଯାଇଛି ।

ମେଡିକାଲ ରିପୋର୍ଟ ଓ କୋର୍ଟରୁ ନିର୍ଦ୍ଦେଶ ଆସିବା ପରେ ଆନୁଷଙ୍ଗିକ ତଦନ୍ତ କରାଯିବ ବୋଲି ଆରକ୍ଷୀ ଶ୍ରୀ ସ୍ୱାଇଁ ପ୍ରତିନିଧି ମାନଙ୍କୁ ଜଣାଇଥିଲେ । ରାଜ୍ୟ ତମାମ ଘଟୁଥିବା ଅନେକ ଗଣଦୁଷ୍କର୍ମରେ ପ୍ରକୃତ ଦୋଷୀ ଖଲି ଯାଉଥିବାରୁ ଅନେକ ନୀରିହ ଯୁବତୀମାନଙ୍କ ଜୀବନ ଦୁର୍ବିସହ ହୋଇପଡୁଛି ବୋଲି ପ୍ରତିନିଧିମଣ୍ଡଳୀ ଉଦ୍ବେଗ ପ୍ରକାଶ କରିଥିଲେ । ଦୋଷୀକୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ କୁହାଯାଇଥିଲା ।

ତଦନ୍ତରେ କୌଣସି ତୃଟି ବିଚ୍ୟୁତି ହେବ ନାହିଁ ଓ ତନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ସ୍ୱାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିନିଧିମଣ୍ଡଳୀରେ ପୂର୍ବତନ ନଗରପାଳ ନିହାର ରାୟ, ମୁଖପାତ ଭଗବାନ, ମହିଳା ସଭାନେତ୍ରୀ ଲତିକା ପଟ୍ଟନାୟକ, ଯୁବମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା, ଇପ୍ସୀତା ବିଶ୍ୱାଳ, ସଂଯୁକ୍ତା ମିଶ୍ର, ସୁନିତା ମୋହିନୀ, ସୁଶୀଳା ଶର୍ମା, ସୁମୀ ଜେନା, ଶେକ୍ ମୁଜାହିଦ୍, ସଞ୍ଜୀବ ମାଇତି, ତାରା ମହାପାତ୍ର ଆଦି ଉପସ୍ଥିତଥିଲେ ।

By amfnews

Related Post