Thu. May 14th, 2026

ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ, ୮ ଦିନ ପରେ ଧରା ପଡ଼ିଲେ

180 Views

ରାଉରକେଲା : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ଗତକାଲି ରାତିରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ପେଶାଦାର ଅପରାଧୀ ଏବଂ ବହୁ ଡକାୟତି ମାମଲାରେ ଜଡ଼ିତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ରବିବାର ୭ ଜଣ ଡକାୟତ ଚୋରି କରିବା ଉଦ୍ଦେଶ୍ୟରେ  ସ୍ଥାନୀୟ ଅଞ୍ଚଳରେ ଥିବା ଏକ ପଥର କ୍ରସରରେ ପଶିଥିଲେ। ଉକ୍ତ କ୍ରସରରେ ତଳ ଘରେ କେୟାର ଟେକର ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ଉପର ମହଲାରେ ଥିଲେ। ଉପରଘରେ ମହିଳାଙ୍କୁ ଏକୁଟିଆ ପାଇ ଡକାୟତମାନେ ଗଣଦୁଷ୍କର୍ମ କରିଥିଲେ। ପରେ ସେମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଥିଲା।

ଗତ ମଙ୍ଗଳବାର ବ୍ରାହ୍ମଣୀ ତରଙ୍ଗ ଥାନାରେ ଏନେଇ କେୟାର ଟେକର ଅଭିଯୋଗ କରିଥିଲେ। ପୁଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।

By amfnews

Related Post