Tue. Sep 15th, 2026

ଗଣ ବିବାହରେ ନବଦମ୍ପତିଙ୍କୁ ଆଶୀର୍ବାଦ କଲେ ରାଜ୍ୟପାଳ

732 Views

ବାଲେଶ୍ୱର, ନଭେମ୍ବର ୩୦: ବାଲେଶ୍ୱର ଜିଲ୍ଲା ରେମୁଣା ବାଳଗୋପାଳପୁର ଜଗନ୍ନାଥ ମନ୍ଦିରରେ ଗଣ ବିବାହ ଅନୁଷ୍ଠିତ ହୋଇଛି।  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର ପ୍ରତିଷ୍ଠା ଦିବସରେ ୫୨ ଯୋଡ଼ି ବରକନ୍ୟା ବିବାହ କରିଛନ୍ତି।

ମନ୍ଦିର ପକ୍ଷରୁ ଆୟୋଜନ ହୋଇଥିବା ଏହି ଗଣ ବିବାହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅତିଥି ଭାବେ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ।

ହୋମ ନିଆଁକୁ ସାକ୍ଷୀ ରଖି ୭ ଜନ୍ମ ପାଇଁ ଏକାଠି ହେବାର ଶପଥ ନେଇଛନ୍ତି ଏହି ନବଦମ୍ପତି।

ରୀତିନୀତି ଅନୁସାରେ ବାହାଘର ଅନୁଷ୍ଠିତ ହୋଇଥିଲା। ସମସ୍ତ ନବ ଦମ୍ପତିଙ୍କୁ ନୂଆ ପୋଷାକ, କିଛି ଗହଣା ଓ ଘରକରଣା ଜିନିଷ ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।

କେବଳ ଏହି ବର୍ଷ ନୁହେଁ, ଗତ ୪ ବର୍ଷ ହେଲା ମନ୍ଦିରର ପ୍ରତିଷ୍ଠା ଦିବସରେ ଗଣ ବିବାହ ଆୟୋଜନ ହୋଇଥାଏ।

 

By amfnews

Related Post