Sat. Sep 12th, 2026

ଗଞ୍ଜେଇ ଚୋରା ଚାଲାଣକାରୀକୁ ୧୦ ବର୍ଷ ଜେଲ।

399 Views

ମାଲକାନଗିରି ଜିଲ୍ଲା ଦୌରାଜର୍ଜଙ୍କ କୋର୍ଟରେ ଆଜି ଜଣେ ଗଞ୍ଜେଇ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା ଶୁଣାଇଛନ୍ତି।
ଘଟଣାରୁ ପ୍ରକାଶ କି ଗତ ୨୦୧୭ ମସିହା ଅକ୍ଟୋବର ୨୫ ତାରିଖ ଦିନ ମାଲକାନଗିରି ଏମଭି ୩୫ ଗ୍ରାମର ତରୁଣ ଦେବନାଥ ନାମକ ଯୁବକ ଗଞ୍ଜେଇ ଚୋରା ଚାଲାଣ କାରବାରରେ  ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ସହ ଧରାପଡିଥିଲେ।ତାଙ୍କ ଠାରୁ ୨୪ କେଜି ୨୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ କୋର୍ଟ ଚାଲାଣ କରାଯାଇଥିଲା।
ଉକ୍ତ ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜର୍ଜ ମାନସ କୁମାର ମିଶ୍ର ଅଭିଯୁକ୍ତ ତରୁଣ ଦେବନାଥକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି।ଯଦି ଦୋଷୀ ୧ ଲକ୍ଷ ଟଙ୍କା ଜୋରିମାନା ଦେଇ ନପାରନ୍ତି ତେବେ ଆଉ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ଦଣ୍ଡ ଘୋଷଣାରେ ଉଲ୍ଲେଖ ରହିଥିବା ସରକାରୀ ଓକିଲ ବିଜୟ କୁମାର ମହାନ୍ତି ସୂଚନା ଦେଇଛନ୍ତି।

Related Post