Thu. Jun 11th, 2026

ଗଞ୍ଜାମରେ ବଢୁଛି ହାତୀ ଉପଦ୍ରବ, ଚିନ୍ତା ବଢାଇଛନ୍ତି ୧୪ ଟିକିଆ ହାତୀ ପଲ

254 Views

ଗଞ୍ଜାମ, ଜାନୁଆରୀ ୧୫ : ରାଜ୍ୟରେ ଏବେ ହାତୀ ବିଭିନ୍ନ ଜିଲ୍ଲାରେ ଚାଷ ଜମି ନଷ୍ଟ କରିବା ସହିତ ଧନଜୀବନ ନଷ୍ଟ କରୁଥିବା ଖବର ଏବେ ହାତୀ ପ୍ରବଣ ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି । 

ବିଶେଷ କରି ଗଞ୍ଜାମରେ ଦିନକୁ ଦିନ ବଢୁଛି ହାତୀ ଉପଦ୍ରବ । ଏବେ ୧୪ ଟିକିଆ ହାତୀ ପଲ ଗଞ୍ଜାମର ହିଜିଂଳିକାଟୁ ବ୍ଳକ୍ ମକରଝୋଲ ପଞ୍ଚାୟତ ଓ କୁକୁଡା ଖଣ୍ଡି ବ୍ଳକ୍ ର ସାତପହଣ୍ଡି ଠାରେ ଏହି ହାତୀ ପଲ ମାତିଥିବା ଦେଖିବାକୁ ମିଳୁଛି ।

 ସମ୍ପୃକ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ରାତି ଦିନ ପେଟ୍ରୋଲିଂ କରି ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲେ ବି ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି ଏହୀ ହାତୀ ପଲ ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତେଜନା ବଢିଥିବା ବେଳେ ହାତୀ ପଲଙ୍କ ଏଭଳି ଉପଦ୍ରବ ଏବେ ଚାଷୀ ମାନଙ୍କ ଚିନ୍ତା ବଢାଇଛି ।

By amfnews

Related Post