Sun. Aug 30th, 2026

ଗଛରେ ପିଟିହେଲା ମିକ୍ସର ମେସିନ, ସିଭିଲ ଇଞ୍ଜିନିୟର ମୃତ

215 Views

ବାଲିଗୁଡ଼ା  : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଡ଼ଡଙ୍ଗ ନିକଟରେ ଏକ ମିକ୍ସର ମେସିନ ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୂର୍ଯ୍ୟକାନ୍ତ ସେନାପତି। ସେ ଆରକେଡି ଠିକା କମ୍ପାନୀରେ ସିଭିଲ ଇଞ୍ଜିନିୟର।
ଦୁର୍ଘଟଣା ପରେ ମିକ୍ସର ମେସିନ ଡ୍ରାଇଭର ଲକ୍ଷ୍ମଣ ସେଠୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଗତକାଲି ବିଳମ୍ବିତ ରାତିରେ ସୂର୍ଯ୍ୟକାନ୍ତ କାମ ସାରି ଫେରୁଥିବା ବେଳେ ମିକ୍ସର ମେସିନଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ସୂର୍ଯ୍ୟକାନ୍ତ ତଳେ ଛିଟିକି ପଡ଼ିଥିଲେ। ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ କରୁଛି। ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ତୁମୁଡିବନ୍ଧ ଥାନା ଅଧିକାରୀ କହିଛନ୍ତି।

By amfnews

Related Post