Fri. Apr 24th, 2026

ଗଗନଯାନ ମହାକାଶଚାରୀଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଯୋଗାଇ ଦେବ ରୁଷ୍‌

241 Views

ନୂଆଦିଲ୍ଲୀ: ଭାରତର ପ୍ରଥମ ମାନବବାହୀ ମହାକାଶଯାନ ବା ଗଗନଯାନ ଅଭିଯାନରେ ରୁଷ୍‌ ଭାରତୀୟ ମହାକାଶଚାରୀଙ୍କୁ କେବଳ ତାଲିମ ଦେବ ନାହିଁ, ଭାରତୀୟ ମହାକାଶଚାରୀଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଯୋଗାଇ ଦେବା ସହ ମହାକାଶଯାନର ଉତ୍ତପ୍ତ ରଖିବାର କୌଶଳ ଯୋଗାଇ ଦେବ।

ରୁଷୀୟ ମହାକଶ ନିଗମର ରୋସ୍‌କସ୍‌ମୋସ୍‌ ସହାୟକ ଗ୍ଲାଭ୍‌କସ୍‌ମସ୍‌ ଇସ୍ରୋର ମାନବବାହୀ ମହାକାଶଯାନ କେନ୍ଦ୍ରର ସହ ଗତ ସପ୍ତାହରେ ରାଜିନାମା ସ୍ୱାକ୍ଷର କରିଛି। ଗ୍ଲାଭ୍‌କସ୍‌ମସ୍‌ର ମହାନିର୍ଦେଶକ ଡିମିତ୍ରି ଲୋସ୍‌କୁତୋଭ୍‌ ଏବଂ ଏଚ୍‌ଏସ୍‌ଏଫ୍‌ସିର ମୁଖ୍ୟ ଉନ୍ନିକ୍ରିଷ୍ଣନ୍‌ ନାୟର୍‌ ଡିସେମ୍ବର ୨୦୨୧ରେ ଆରମ୍ଭ ହେବାକୁ ଧାର୍ଯ୍ୟ କରାଯାଇଥିବା ୧୦, ୦୦୦ କୋଟିର ଗଗନଯାନ ଅଭିଯାନ ନିମନ୍ତେ ଏହି ଦୁଇଟି ଜଟିଳ ଯନ୍ତ୍ର ପାଇଁ ରାଜିନାମା ସ୍ୱାକ୍ଷର କରିଛନ୍ତି।

ଜୀବନରକ୍ଷାକାରୀ ବ୍ୟବସ୍ଥା ହେଉଛି ଗୁଡ଼ାଏ ଯନ୍ତ୍ରପାତି ଯାହା ମଣିଷକୁ ମହାକାଶରେ ବଞ୍ଚାଇ ରଖେ। ଏହି ବ୍ୟବସ୍ଥା ପବନ, ପାଣି ଓ ଖାଦ୍ୟ ଯୋଗାଇବା ସହ ଶରୀରର ତାପମାତ୍ରା ବଜାୟ ରଖେ ଓ ମାନବ ବର୍ଜ୍ୟ ପଦାର୍ଥର ପରିଚାଳନା କରେ।

ଯାତ୍ରାର ସବୁ ପର୍ଯ୍ୟାୟରେ ମହାକାଶଯାନଟିକୁ ସହନୀୟ ତାପମାତ୍ରାରେ ରକ୍ଷା କରିବାକୁ ରୁଷ୍‌ ଯୋଗାଇ ଦେବ ଥର୍ମାଲ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌।
୧୯୬୦ ମସିହାରୁ ରୁଷ୍‌ ମହାକାଶରେ ବଞ୍ଚିବା ଭଳି ଜଟିଳ ବ୍ୟବସ୍ଥା ଚାଲୁ ରଖିଥିବାରୁ ସେ କ୍ଷେତ୍ରରେ ପାରଙ୍ଗମ ହୋଇପାରିଛି।

By amfnews

Related Post