Sun. Sep 13th, 2026

‘ଗଗନଯାନ‘ ଅଭିଯାନ ନିମନ୍ତେ ମନୋନୀତ ହେଲେ ୪ ଜଣ ମହାକାଶଚାରୀ: ଇସ୍ରୋ ମୁଖ୍ୟ କେ.ଶିବନ୍

301 Views

ବେଙ୍ଗାଲୁରୁ: ଭାରତର ‘ଗଗନଯାନ’ ଅଭିଯାନ ନିମନ୍ତେ ଚାରି ଜଣ ମହାକାଶଚାରୀଙ୍କୁ ମନୋନୀତ କରାଯାଇଥିବା କଥା ଆଜି ଭାରତର ମହାକାଶ ଏଜେନ୍‌ସି ‘ଇସ୍ରୋ’ କହିଛି।

‘ଗଗନଯାନ’ ହେଉଛି କକ୍ଷପଥରେ ଘୂର୍ଣ୍ଣୟମାନ ମାନବବାହୀ ଭାରତୀୟ ମହାକାଶଯାନ। ୨୦୨୨ ସୁଦ୍ଧା ‘ଇସ୍ରୋ’ ସର୍ବନିମ୍ନ ସାତ ଦିନ ସକାଶେ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଛି। ଏହା ହେଉଛି ‘ଇଣ୍ଡିଆନ୍‌ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌’ର ଅଂଶବିଶେଷ।

ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ ‘ଇସ୍ରୋ’ ମୁଖ୍ୟ କେ.ଶିବନ କହିଛନ୍ତି: ଗଗନଯାନର ବ୍ୟବସ୍ଥାଗୁଡ଼ିକୁ ପରୀକ୍ଷା କରିବା ଆବଶ୍ୟକ। ଏ ବର୍ଷର ପ୍ରମୁଖ କାର୍ଯ୍ୟକଳାପ ହେଉଛି ମହାକାଶଚାରୀଙ୍କୁ ତାଲିମ ଦେବା। ଭାରତର ପରବର୍ତ୍ତୀ ଚନ୍ଦ୍ରାଭିଯାନ ’ଚନ୍ଦ୍ରଯାନ-୩’ ଅନୁମୋଦନ ମିଳିଥିବା  କଥା ମଧ୍ୟ ଶିବନ ପ୍ରକାଶ କରିଛନ୍ତି।

ସେପ୍ଟେମ୍ବର ମାସରେ ହୋଇଥିବା ଚନ୍ଦ୍ରାଭିଯାନ ‘ଚନ୍ଦ୍ରଯାନ-୨’ ବହୁଳାଂଶରେ ସଫଳ ହୋଇଥିଲେ ମଧ୍ୟ ବିକ୍ରମ ଲ୍ୟାଣ୍ଡର୍‌ ସଫ୍‌ଟ୍‌ ଲ୍ୟାଣ୍ଡିଙ୍ଗ୍‌ କରି ପାରି ନ ଥିଲା। ଫଳରେ ‘ଚନ୍ଦ୍ରଯାନ-୨’ ପ୍ରକଳ୍ପ ବିଫଳ ହୋଇଥିଲା। କିଛି ଦିନ ପୂର୍ବେ ଚେନ୍ନାଇର ଜଣେ ଇଞ୍ଜିନିୟର୍‌ଙ୍କ ସହଯୋଗରେ ‘ନାସା’ ବିକ୍ରମ ଲ୍ୟାଣ୍ଡର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ସ୍ଥାନର ଫଟୋ ଉତ୍ତୋଳନ କରିଥିଲା।

By amfnews

Related Post