Tue. Sep 22nd, 2026

ଖୋର୍ଦ୍ଧା: ଏଟିଏମ ତାଡି ଟଙ୍କା ଲୁଟ୍‌

292 Views

ଖୋର୍ଦ୍ଧା, ଅକ୍ଟେ।ବର୩୦: ଗତକାଲି ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବାଘମାରି ଫାଣ୍ଡି ଅନ୍ତର୍ଗତ ବାଗମାରି ବଜାର ଉପରେ ଥିବାଏକ ଏଟିମଖୁ ତାଡ଼ି ଦୁର୍ବୃତ୍ତମାନେ ସେଥିରେ ଥିବା ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟି ନେଇଛନ୍ତି ତାହା ଜଣାପଡ଼ିନାହିଁ।ତେବେ ପ୍ରମଥର ପାଇଁ ଖୋର୍ଦ୍ଧା ଟାଉନ ଥିନା ଅଞ୍ଚଳରେ ଏକ ଏଟିଏମ ଲୁଟ୍‌ ହୋଇଥିବାରୁ , ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଖୋର୍ଦ୍ଧା ଟାଉନ ଥାନା ବାଘମାରି ବଜାରେ ଥିବା ଏସବିାଇର ଏକ ଏଟିଏମକୁ ତାଡ଼ି ଦୁର୍ବୃତ୍ତମାନେ ଲୁଟ୍‌ କରୁଥିବା ନେଇ ପୁଲିସ ସୂଚନା ପାଇଥିଲା ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ତେବେ ରାତି ହୋଇଯାଇଥିବାରୁ ପୁଲିସ ଏଟିଏମ୍‌ର ସର୍ଟର ବନ୍ଦ କରିଦେଇଥିଲା। ଆଜି ସକାଳେ ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଆସିଲା ପରେ ତଦନ୍ତ କରାଯିବ ଓ କେତେ ଟଙ୍କା ଚୋରି ହୋଇଛି ତାହା ଜଣାପଡ଼ିବ ବୋଲି ପୁଲିସ କହିଛି।

By amfnews

Related Post