Tue. Aug 18th, 2026

ଖେଳ ପଡ଼ିଆରୁ ନବଜାତ ଶିଶୁପୁତ୍ର ଉଦ୍ଧାର

251 Views

ସୁବର୍ଣ୍ଣପୁର  : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ର କୁକିଆ ଗାଁ ନିକଟରେ ଥିବା ଖେଳ ପଡ଼ିଆରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଗାଁର ରଞ୍ଜନ ବଗର୍ତି ଶୌଚ ପାଇଁ ଯାଇଥିବା ବେଳେ ଶିଶୁର କାନ୍ଦ ଶୁଣି  ଆଖପାଖରେ ଖୋଜାଖୋଜି କରିଥିଲେ।   କିଛି ସମୟ ପରେ ଖେଳ ପଡ଼ିଆରୁ କାନ୍ଦୁଥିବା ଅବସ୍ଥାରେ ଏକ ଶିଶୁପୁତ୍ରକୁ ଠାବ କରିଥିଲେ। ଏନେଇ  ଆଶାକର୍ମୀଙ୍କୁ ଖବର ଦେବାପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା।

ଏହାପରେ ୧୦୮ ଆମ୍ୱୁଲାନ୍ସ ଯୋଗେ ଶିଶୁକୁ ଅଣାଯାଇ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁପୁତ୍ରଟି ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି।  ଶିଶୁ ପୁତ୍ରକୁ ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

By amfnews

Related Post