Wed. Sep 23rd, 2026

ଖାଇରେ ସ୍କୁଲ୍‌ ବସ୍‌ ଖସି ପଡ଼ିବାରୁ ୫ ପିଲା ଓ ଡ୍ରାଇଭର ମୃତ

317 Views

ନୂଆଦିଲ୍ଲୀ, ଜାନୁଆରୀ ୦୫: ଶନିବାର ସକାଳେ ହିମାଚଳ ପ୍ରଦେଶର ସିରମୌର୍‌ ଜିଲ୍ଲାରେ ଗୋଟିଏ ପାହାଡ଼ୀ ସଡ଼କରେ ଏକ ଘରୋଇ ସ୍କୁଲ୍‌ ବସ୍‌ ଖସି ଯାଇ ଗୋଟିଏ ଗଭୀର ଖାଇରେ ପଡ଼ିଯିବାରୁ ୫ ଜଣ ପିଲାଙ୍କ ସମେତ ଅନ୍ୟୂନ ୬ ଜଣଙ୍କର ମୃତ୍ୟୁ ଘଟିଛି।

ନିକଟବର୍ତ୍ତୀ ଗାଁମାନଙ୍କରୁ ପିଲାମାନଙ୍କୁ ନେଇ ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ବସ୍‌ଟି ଯାଉଥିବା ବେଳେ ସକାଳ ପ୍ରାୟ ୮: ୩୦ ବେଳେ ଦୁର୍ଘଟନାଗ୍ରସ୍ତ ହୋଇଥିଲା।

ପିଲାମାନଙ୍କର ବୟସ ୧୦ରୁ କମ୍‌ ହେବ। ସିରମୌର ଡେପୁଟି କମିସନର୍‌ ଲଳିତ ଜୈନ କହିଛନ୍ତି, ଆହୁରି ୧୧ ଜଣ ପିଲା ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଦୁର୍ଘଟନାରେ ବସ୍‌ ଡ୍ରାଇଭର୍‌ଙ୍କର ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।
ବସ୍‌ରେ ସମୁଦାୟ ୧୬ ଜଣ ଥିଲେ। ସ୍ଥାନୀୟ ଲୋକେ ଏବଂ ଉଦ୍ଧାରକାରୀମାନେ ତୁରନ୍ତ ଘଟନାସ୍ଥଳରେ ପହଞ୍ଚି ଥିଲେ।ରାସ୍ତା ବୁଲାଣିରେ ଭାରସାମ୍ୟ ରକ୍ଷା କରି ନ ପାରିବାରୁ ଦୁର୍ଘଟନା ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ରାସ୍ତାର ଦୁର୍ଘଟନା ଘଟିଥିବା ସ୍ଥାନରେ କ୍ରାସ୍‌ ବାରିଅର୍‌ ନ ଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି।

By amfnews

Related Post