Thu. May 28th, 2026

ଖସି ପଡ଼ିଲା ସେନାର ବିମାନ, ୧୭ ମୃତ

167 Views

ଇସଲାମାବାଦ  : ପାକିସ୍ତାନର ରାୱଲପିଣ୍ଡିଠାରେ ଆଜି ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନାର ଏକ ବିମାନ ଏଠାରେ ଥିବା ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ବିମାନରେ ୫ ଜଣ ଯବାନ ଓ ୧୨ ଜଣ ସାଧାରଣ ନାଗରିକ ରହିଥିଲେ। ଦୁର୍ଘଟଣା ପରେ ସମସ୍ତଙ୍କର ମୃତ୍ୟୁ ଘଟିଛି।

ଏଥିସହ ବିମାନଟି ଯେହେତୁ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଖସିସ ପଡ଼ିଥିଲା, ତେଣୁ ଏଠାରେ ଥିବା ଅନ୍ୟ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ବିମାନଟି ଆକଶରେ ଉଡ଼ୁଥିବା ବେଳେ ହଠାତ୍‌ ତଳକୁ ଖସି ପଡ଼ିଥିଲା। ଏହାପରେ ଏଥିରେ ନିଆଁ ଲାଗିଯାଇଥିଲା। ଯେଉଁ ବିଲଡିଂ ଉପରେ ବିମାନଟି ପଡ଼ିଥିଲା, ତା’ହା ନିଆଁରେ ସଂପୂର୍ଣ୍ଣ ରୂପେ ପାଉଁଶ ହୋଇଯାଇଛି।

ପାକ୍‌ ସେନା ପକ୍ଷରୁ କୁହାଯାଇଛି ଯେ ସେନାର ଏକ ଛୋଟ ବିମାନ ସ୍ୱାଭାବିକ ଭାବେ ଉଡ଼ିବା ଆରମ୍ଭ କରିଥିଲା। ହେଲେ କିଛି ସମୟ ପରେ ରାୱଲପିଣ୍ଡି ସହରର ମୋରାକାଲୁ ଗାଁ ଉପରେ ଏହା ଅଚାନକ ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ବିମାନଟି ଖସିବା ପରେ ତତ୍‌କ୍ଷଣାତ ସମଗ୍ର ଅଞ୍ଚଳରେ ନିଆଁ ବ୍ୟାପି ଯାଇଥିଲା। ଏଥିଯୋଗୁ ବହୁ କ୍ଷୟକ୍ଷତି ହୋଇଛି । କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ଏନେଇ ପାକିସ୍ତାନ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

By amfnews

Related Post