Thu. Jun 25th, 2026

ଖଣିରେ ଦୁର୍ଘଟଣା:ବିଦ୍ୟୁତ୍ ଆଘାତରେ ଠିକାଶ୍ରମିକ ମୃତ, ଜଣେ ଗୁରୁତର

268 Views

ତାଳଚେର, ନଭେମ୍ବର ୦୧: ଏମସିଏଲର ଲିଙ୍ଗରାଜ କୋଇଲା ଖଣିରେ ବିଦ୍ୟୁତ ଆଘାତରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କେନ୍ଦ୍ରୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ମୃତ ଠିକାଶ୍ରମିକଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ପ୍ରକାଶ ଯେ, ଲିଙ୍ଗରାଜ କୋଇଲା ଖଣିରେ ଆଜି ବିଦ୍ୟୁତ ମରାମତି କାର୍ଯ୍ୟ କରିବା ପାଇଁ ବିଦ୍ୟୁତ୍ ସରବରାହ ବନ୍ଦ କରାଇ ଦୁଇଜଣ ଠିକା ଶ୍ରମିକ ବିଦ୍ୟୁତ ଖୁଣ୍ଟ ପାଖରେ ପହ˚ଚିଥିଲେ। ଠିକା ଶ୍ରମିକ ଭଗବାନ ନାୟକ ଖୁଣ୍ଟ ଉପରକୁ ଚଢ଼ିଥିବା ବେଳେ ଅନ୍ୟ ଜଣେ ଠିକା ଶ୍ରମିକ ଖୁଣ୍ଟର କିଛି ଅ˚ଶ ଚଢ଼ିଥିଲେ। ମରାମତି କାର୍ଯ୍ୟ ଚାଲୁଥିବା ବେଳେ ହଠାତ କୌଣସି କାରଣରୁ ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ଚାର୍ଜ ହୋଇଯିବାରୁ ଉପରେ ମରାମତି କାମ କରୁଥିବା ଭଗବାନ ଜଳି ଯାଇଥିଲେ।

ବିଦ୍ୟୁତ ଆଘାତରେ ନରୋତ୍ତମ ମଧୢ ଦୂରକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ଭଗବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ନରୋତ୍ତମଙ୍କୁ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଘର ତାଳଚେର ଥାନା କୃଷ୍ଣଚନ୍ଦ୍ରପୁର ଗ୍ରାମରେ। ଏହି ଘଟଣା ପରେ ମୃତକଙ୍କ ଉତ୍ତାରାଧିକାରଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ଦାବି କରି ଖଣି ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତାଙ୍କ ସ˚ପର୍କୀୟ ଓ ସ୍ଥାନୀୟ ବାସିନ୍ଦା ଖଣି ଅ˚ଚଳରେ ଶବକୁ ରଖି ଆନ୍ଦୋଳନ କରିବା ଫଳରେ ଦିନ ପ୍ରାୟ ବାରଟା ପରଠାରୁ ଖଣି‌େର କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। କୋଇଲା ଖଣିର ଆଭ୍ୟନ୍ତରୀଣ କୋଇଲା ପରିବହନ ସ˚ପୂର୍ଣ୍ଣ ବନ୍ଦ ଥିବା ବେଳେ ରେଳ ସାଇଡି˚ ଓ ଲୋକାଲ ସେଲ୍ ପଏଣ୍ଟରେ କୋଇଲା ପରିବହନ ସ˚ପୂର୍ଣ୍ଣ ଠପ୍ ହୋଇଯାଇଛି। ରିପୋର୍ଟ ଲେଖା ବେଳକୁ ଖଣି ବନ୍ଦ ଆନ୍ଦୋଳନ ଚାଲୁ ରହିଥିଲା।

By amfnews

Related Post