Thu. May 14th, 2026
243 Views

ଭୁବନେଶ୍ୱର, ନଭେମ୍ବର ୧୩ : ପୁରୀକୁ ବିଶ୍ଵସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ ୪ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛି। ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର,ମହୋଦଧି ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଓ ମୂଷାନଦୀ ପୁନରୁଦ୍ଧାରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୪୬୧କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା ୩୦ ମାସ ଭିତରେ ଏହି ୪ଟି ପ୍ରକଳ୍ପ କାର୍ଯ୍ୟ ସରିବ। ଓଡିଶା ସେତୁ ନିର୍ମାଣ ନିଗମ ନାଗାର୍ଜୁନ କନଷ୍ଟ୍ରକସନ କର୍ପୋରେସନ ଲିମିଟେଡ଼ ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ।

ଏ ନେଇ ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଛି। ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳାପାଳ ବଲୱନ୍ତ ସିଂ, ଉପଜିଲ୍ଲାପାଳ ଭଵତାରଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତି ଥିଲେ। ପୁରୀକୁ ବିଶ୍ଵସ୍ତରୀୟ ଐତିହ୍ୟ ସହରରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି। ଅନ୍ୟପଟେ ପ୍ରାଥମିକତା ଭିତ୍ତିରେ ମାର୍କେଟ କମ୍ପ୍ଲେକ୍ସ କରି ଉଠା ଦୋକାନୀ ଓ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ପୁରୀ ବିଧାୟକ ଜୟନ୍ତୀ ଷଡଙ୍ଗୀ ପ୍ରସ୍ତାବ ଦେଇଛନ୍ତି।

By amfnews

Related Post