Wed. Sep 9th, 2026

କ୍ୟାନସରରେ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ପଲ ଆଲେନଙ୍କ ପରଲୋକ

414 Views

ସାନ ଫ୍ରାନ୍ସିସ୍କୋ : ଆମେରିକୀୟ ସଫ୍ଟେଓ୍ଵୟ କମ୍ପାନି ‘ମାଇକ୍ରୋସଫ୍ଟ’ର ସହପ୍ରତିଷ୍ଠାତା ପଲ ଆଲେନଙ୍କର ୬୫ ବର୍ଷ ବୟସରେ ପରଲୋକ ଘଟିଛି। କ୍ୟାନସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ପଲ ଆଲେନ୍‌ ୧୯୭୦ ମସିହାରେ ବିଲ୍‌ ଗେଟ୍ସଙ୍କ ସହିତ ମିଶି ମାଇକ୍ରୋସଫ୍ଟ କମ୍ପାନି ପ୍ରତିଷ୍ଠା କରିଥିଲେ

ସୂଚନାଯୋଗ୍ୟ ଯେ ଦୀର୍ଘ ୯ ବର୍ଷ ଧରି କ୍ୟାନସର ସହିତ ଲଢ଼େଇ କରୁଥିବା ପଲ ଆଲେନ ମାତ୍ର ୨ସପ୍ତାହ ତଳେ ସର୍ବସାଧାରଣରେ ସୂଚନା ଦେଇଥିଲେ ଯେ ସେ ପୁଣି ଥରେ କ୍ୟାନସରରେ ପୀଡ଼ିତ ହୋଇଛନ୍ତି। ୧୯୮୩ ମସିହାରେ ମାଇକ୍ରୋସଫ୍ଟ କମ୍ପାନି ଛାଡ଼ିବା ପରେ ଉଚ୍ଚ ବୈଷୟିକ ଜ୍ଞାନର ଅଧିକାରୀ ପଲ ଆଲେନ ବିଭିନ୍ନ କମ୍ପାନି ଖୋଲିବା ସହିତ ସବୁଥିରେ ସଫଳ ହୋଇ ଜଣେ କୋଟିପତି ହେବା ସାଙ୍ଗକୁ ବଦାନ୍ୟ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ।

ସେ ଆଲେନ ଇନ୍‌ଷ୍ଟିଚ୍ୟୁଟ ଅଫ ସାିଣ୍ଟିଫିକ ରିସର୍ଚ୍ଚ ସହିତ ସକ୍ରିୟ ରହିବା ସହିତ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନିଜକୁ ସକ୍ରିୟ ରଖିଥିଲେ। ଜଣେ କ୍ରୀଡ଼ା ସଙ୍ଗଠକ ଭାବେ ସେ ଆମେରିକାର ଏକ ଫୁଟ୍‌ବଲ ଦଳର ମାଲିକ ହେଇି ପାରିଥିଲେ। ସେହିପରି ଆଲେନ ଷ୍ଟ୍ରାଟୋଲଞ୍ଚ ନାମକ ଏକ ଅନ୍ତରୀକ୍ଷ କମ୍ପାନି ପ୍ରତିଷ୍ଠା କରି ବିଶ୍ୱର ସବୁଠାରୁ ବଡ଼ ବିମାନ ନିର୍ମାଣ ଉଦ୍ୟମ କରୁଥିଲେ। ଯଦିଓ ଏହି ବିମାନ କାଲିଫର୍ଣ୍ଣିଆରେ ପରୀକ୍ଷାମୂଳକଭାବେ ଉଡ଼ାଣ କରିଛି, ମାତ୍ର ଏହା ବାସ୍ତବ ରୂପନେବା ପୂର୍ବରୁ ଆଲେନଙ୍କର ପରଲୋକ ଘଟିଛି। ମାଇକ୍ରୋସଫ୍ଟ କମ୍ପାନି ସିିଇଓ ସତ୍ୟ ନାଡେଲା କହିଛନ୍ତି ଯେ ମାଇକ୍ରୋସଫ୍ଟ କମ୍ପାନି, ଆଇଟି ଇଣ୍ଡଷ୍ଟ୍ରି ପ୍ରତି ଆଲେନଙ୍କ ଅବଦାନ ଭୁଲି ହେବ ନାହିଁ।।

By amfnews

Related Post