Thu. Jun 11th, 2026

କ୍ଲବ୍‌ ପାଚେରି ଭାଙ୍ଗି ଭିତରକୁ ପଶିଗଲା ବିଜେପି ସାଂସଦ ରୂପା ଗାଙ୍ଗୁଲିଙ୍କ ପୁଅଙ୍କ କାର୍‌

178 Views

କୋଲକାତା  : ଗୁରୁବାର ରାତିରେ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲିଙ୍କ ପୁଅ ଦକ୍ଷିଣ କୋଲ୍‌କାତାର ଗଲ୍‌ଫ୍‌ ଗାର୍ଡେନ୍‌ ଠାରେ କାର୍‌ ଧକ୍କା ଦେଇ ଗୋଟାଏ ପାଚେରିକୁ ଭାଙ୍ଗି ଭିତରକୁ ପଶିଯାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସେତେବେଳେ ସେ ନିଶାସକ୍ତ ଥିଲେ।

୨୦ ବର୍ଷିୟ ଆକାଶ ମୁଖୋପାଧ୍ୟାୟଙ୍କ କଳା ସେଡାନ୍‌ କାର୍‌ଟି ରୟାଲ୍‌ ଗଲ୍‌ଫ୍‌ କ୍ଲବ୍‌ ପାଚେରି ଦେହରେ ଧକ୍କା ଖାଇଥିଲେ ବି ସେ ଅକ୍ଷତ ଅଛନ୍ତି ଏବଂ ଘଟଣାସ୍ଥଳରେ ଥିବା ଅଳ୍ପ କେତେକ ଲୋକେ ନିଶ୍ଚିତ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି ବୋଲି ଲୋକେ କହୁଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀ କହନ୍ତି: ଗାଡ଼ିଟି ଖୁବ୍‌ ଜୋର୍‌ରେ ଚାଲୁଥିଲା। ଆମର ସନ୍ଦେହ ହେଉଛି ଗାଡ଼ି ଚଳାଉଥିବା ବ୍ୟକ୍ତିଜଣକ ନିଶାଗ୍ରସ୍ତ ଥିଲେ।

ଦୁର୍ଘଟଣା ପରେ କାର୍‌ ମଧ୍ୟରେ ଏକା ଥିବା ମୁଖୋପାଧ୍ୟାୟ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ବାହାରକୁ ଆସିଥିଲେ। ନିକଟରେ ବାସ କରୁଥିବା ତାଙ୍କ ବାପା ମଧ୍ୟ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ପରେ ପୁଲିସ ମୁଖୋପାଧ୍ୟାୟଙ୍କୁ ଥାନାକୁ ନେଇ ତାଙ୍କ ବିରୋଧରେ ବେପରୁଆ ଗାଡ଼ି ଚାଳନା ଏବଂ ଅନ୍ୟାନ୍ୟ ମାମଲା ରୁଜୁ କରିଛି। ଶୁକ୍ରବାର ଦିନ ତାଙ୍କୁ ଆଲିପୁର ଅଦାଲତରେ ହାଜର କରାଯିବ।

ରୂପା ଗାଙ୍ଗୁଲି ଟୁଇଟ୍‌ କରିଛନ୍ତି: ମୋ ଘର ପାଖରେ ମୋ ପୁଅର ଦୁର୍ଘଟଣା ହୋଇଛି। ଆଇନ୍‌ ଅନୁଯାୟୀ ମାମଲା ବୁଝିବା ପାଇଁ ମୁଁ ପୁଲିସକୁ ଫୋନ୍‌ କରିଛି। ଆଇନ୍‌ ତା’ ବାଟରେ ଯିବ, ଦୟାକରି ପ୍ରୀୟାପ୍ରୀତି/ରାଜନୀତି କରନ୍ତୁ ନାହିଁ।

By amfnews

Related Post