Tue. Oct 13th, 2026
724 Views

ନୂଆଦିଲ୍ଲୀ: ରାଷ୍ଟ୍ରାୟତ କମ୍ପାନିମାନେ ଦୈନିକ ତୈଳ ଦର ବୃଦ୍ଧି କରିବା ଯୋଗୁଁ ଆଜି ଅଷ୍ଟାଦଶ ଦିନରେ ପ୍ରଥମ ଥର ଲାଗି ଦିଲ୍ଲୀରେ ପେଟ୍ରୋଲ ଠାରୁ ଡିଜେଲ୍ ମହଙ୍ଗା ହୋଇଯାଇଛି।

ସମ୍ପ୍ରତି ଦିଲ୍ଲୀରେ ଡିଜେଲ୍‌ ଲିଟର୍ ପିଛା ଟ. ୭୯. ୮୮ରେ ବିକ୍ରି ହେଉଥିବା ବେଳେ ପେଟ୍ରୋଲ୍ ୭୯. ୭୬ରେ ବିକ୍ରି ହେଉଛି। ବୁଧବାର ଦିନ ଲିଟର ପିଛା ଡିଜେଲ୍ ଦର ୪୮ ପଇସା ବୃଦ୍ଧି ପାଇଛି, କିନ୍ତୁ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଅନ୍ୟ ରାଜ୍ୟରେ ମଧ୍ୟ ପେଟ୍ରୋଲ୍ ଓ ଡିଜେଲ ଦର ବୃଦ୍ଧି ପାଉଛି। କିନ୍ତୁ, ଅନ୍ୟରାଜ୍ୟମାନଙ୍କରେ ଡିଜେଲ୍‌ ଉପରେ କମ୍ ଟିକସ ଲାଗୁ କରାଯାଉଥିବାରୁ ପେଟ୍ରୋଲ୍ ଠାରୁ ଏହାର ମୂଲ୍ୟ କମ୍ ରହୁଛି। ଆଶା କରାଯାଉଛି ଖୁବ୍ ଶୀଘ୍ର ରାଜ୍ୟମାନଙ୍କରେ ଡିଜେଲ୍ ଓ ପେଟ୍ରୋଲ୍ ମୂଲ୍ୟରେ ଥିବା ତାରତମ୍ୟ ହ୍ରାସ ପାଇଯିବ।

ଦୀର୍ଘ ୮୨ ଦିନ ଅପରିବର୍ତ୍ତି ରହିବା ପରେ ଜୁନ୍ ୭ ତାରିଖ ଦିନ ରାଷ୍ଟ୍ରାୟତ ତୈଳ କମ୍ପାନି ସବୁ ପେଟ୍ରୋଲ ଓ ଡିଜେଲ୍ ଦର ପରିବର୍ତ୍ତନ କରିବା ଆରମ୍ଭ କରିଥିଲେ।

By amfnews

Related Post