Sun. Sep 6th, 2026

କୋରାପୁଟ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ…..

334 Views

କୋରାପୁଟ, ଡିସେମ୍ବର ୦୫: ଅବିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ଜିଲା ଆଇନଜୀବୀ ସଂଘ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି। ଜିଲା କୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିରେ ସଭାପତି ବୀରେଶ ପଟ୍ଟନାୟକ, ଉପସଭାପତି ଶରତ ମାଝି, ସଂପାଦକ ରବୀନ୍ଦ୍ର ପାତ୍ର, ସହ ସଂପାଦକ ଗିରିଧର ଖରା, ଜଗଦିଶ ସାହୁ ଓ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସୋମବାର ଏକ ସାଧାରଣ ପରିଷଦ ବୈଠକରେ ଏକ ପ୍ରତିନିଧି ଦଳ ଗଠିତ ହୋଇଥିଲା |
ଏହି ପ୍ରତିନିଧି ଦଳ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ଗୁଣପୁର, କୋଟପାଡ଼, ଉମରକୋଟ, ସେମିଳିଗୁଡ଼ା, ନନ୍ଦପୁର, ଲକ୍ଷ୍ମୀପୁର ଗସ୍ତ କରି ପ୍ରତେକ ସ୍ତନର ଆଇନଜୀବୀ ସଂଘକୁ ଆନ୍ଦୋଳନରେ ସାମିଲ କରିବାକୁ ଆଲୋଚନା କରିଥିଲେ | ଏଥିସହ ଆସନ୍ତା ୧୮ରେ ଅବିଭକ୍ତ କୋରାପୁଟ ଜିଲା ବନ୍ଦ ପାଇଁ ସେମାନଙ୍କୁ ଆବହନ ଦେଇଛନ୍ତି |

By amfnews

Related Post