Sun. Oct 18th, 2026

କେରଳରେ ହାତୀଙ୍କୁ ଜନବସତି ଓ ଚାଷ ଜମିରୁ ଦୂରେଇ ରଖୁଛି ଡିସ୍‌କୋ ଲାଇଟ୍‌

298 Views

କୋଚି, ଡିସେମ୍ବର ୧୦ : କେରଳର େଓ୍ଵୟାନାଡ୍‌ ଜିଲ୍ଲାରେ ଭଉଁରି ପକାଇବା ଭଳି ବହୁରଙ୍ଗୀ ଆଲୁଅ ପକାଉଥିବା ଲାଇଟ୍‌ ଏମିଟିଙ୍ଗ୍‌ ଡାୟଡ୍‌ (ଏଲ୍‌ଇଡି) ହାତୀ ଘଉଡ଼ାଇବା କାମରେ ଲାଗୁଛି। ହାତୀମାନଙ୍କୁ ଜନବସତିକୁ ପୂରାଇ ନ ଦେବାକୁ ବନ ବିଭାଗ ବଣ ଧାରରେ ୩୬୦ ଡିଗ୍ରି ବୁଲି ପାରୁଥିବା ପାର୍ଟି ଲାଇଟ୍‌ ସବୁ ଲଗାଇଛନ୍ତି।

ଅଧିକାରୀମାନେ କହୁଛନ୍ତି ଦକ୍ଷିଣ େଓ୍ଵୟାନଡ୍‌ ବନଖଣ୍ଡର ଚେତାଲୟମ୍‌ ଅଞ୍ଚଳରେ ମଣିଷ ଓ ବନ୍ୟଜନ୍ତୁଙ୍କ ସଂର୍ଘଷ ଘଟୁଥିବା ସ୍ଥାନଗୁଡ଼ିକରେ ଲଗାଯାଇଥିବା ଏହି ଆଲୋକ ବଣୁଆ ହାତୀମାନଙ୍କୁ ସେସବୁ ସ୍ଥାନରୁ ଦୂରେଇ ରଖୁଛି। ସମ୍ପୃକ୍ତ ଅଞ୍ଚଳରେ ଏଲିଫ୍ୟାଣ୍ଟ୍‌ ପ୍ରୁଫ୍‌ ଟ୍ରେଞ୍ଚ୍‌, ଗ୍ରାନାଇଟ୍‌ ପ୍ରାଚିର ଏବଂ ସୌରଶକ୍ତି ପ୍ରବାହିତ ବାଡ଼ ମଧ୍ୟ ହାତୀମାନଙ୍କୁ ପ୍ରତିରୋଧ କରିବାରେ ବିଫଳ ହୋଇଥିଲା।

ଦକ୍ଷିଣ େଓ୍ଵୟାନଡ୍‌ର ଡିଭିଜ୍‌ନାଲ୍‌ ଫରେଷ୍ଟ୍‍ ଅଫିସର୍‌ ପି ରେଞ୍ଜିତ୍‌ କୁମାର କହନ୍ତି: ଆମେ ସମ୍ପୃକ୍ତ ଅଞ୍ଚଳରେ ୧୪ଟି ବହୁରଙ୍ଗବିଶିଷ୍ଟ ଏଲ୍‌ଇଡି ଲାଇଟ୍‌ ୟୁନିଟ୍‌ ଲଗାଇଛୁ। ଧାନ ଅମଳ ସମୟ ହୋଇଥିଲେ ସୁଦ୍ଧା ହାତୀମାନେ ଆଉ ସେ ଅଞ୍ଚଳକୁ ଆସୁ ନାହାନ୍ତି।

ଅଜସ୍‌ କେ ନାମକ ଜଣେ କୃଷକ କହନ୍ତି, ଏଇ ଆଲୋକ ପ୍ରଭାବରେ ବନ୍ୟ ବରାହମାନେ ମଧ୍ୟ ବିଲକୁ ଆସୁ ନାହାନ୍ତି।ଚେତାଲତ ଫରେଷ୍ଟ୍‍ ରେଞ୍ଜ୍‌ ଅଫିସର୍‌ ଭି ରତୀସାନ୍‌ କହନ୍ତି: ତୀବ୍ର ଆଲୋକ ହାତୀମାନଙ୍କୁ ସୁଖ ଲାଗୁ ନାହିଁ, ଜାଣି ଆମେ ପାର୍ଟି ଲାଇଟ୍‌ ଲଗାଇଲୁ। ଏଲ୍‌ଇଡି ଲାଇଟ୍‌ ମଧ୍ୟ ଅପେକ୍ଷା ଶସ୍ତା, ଗୋଟିଏ ୟୁନିଟ୍‌ ବଲ୍‌ ଓ ବ୍ୟାଟେରି ସହ ଏହାର ମୂଲ୍ୟ ହେଉଛି ପ୍ରାୟ ୪ ହଜାର ଟଙ୍କା।

By amfnews

Related Post