Sat. Oct 10th, 2026

କେରଳରରେ ଫସି ରହିଛନ୍ତି ୨୦୦ରୁ ଅଧିକ ଓଡ଼ିଆ

245 Views

ଭୁବନେଶ୍ୱର : ବନ୍ୟାର ତାଣ୍ଡବରୁ ବର୍ତ୍ତି ପାରିନି କେରଳ। ବନ୍ୟା ବିଭିଷୀକାରେ ଏଯାବତ୍ କେରଳରେ କେବଳ ୪୦ ଜଣଙ୍କର ପ୍ରାଣହାନି ଘଟିଛି। ଏପରି ବିପର୍ଯ୍ୟୟ ସମୟରେ ଦୁଇ ଶହରୁ ଅଧିକ ଓଡ଼ିଆ ଶ୍ରମିକ କେରଳରେ ଫସିରହିଥିବା ସୂଚନା ମିଳିଛି।

ଏହି ଶ୍ରମିକମାନଙ୍କ ଘର ଗଞ୍ଜାମ ସାନଖେମୁଣ୍ଡିର ପାଟପୁର, ରାଧାଦେଇପୁର, ଏସ୍.ଗୋପାଳପୁର ଓ ଖଲିଙ୍ଗି ଆଦି ଅଞ୍ଚଳରେ। ଏହି  ଶ୍ରମିକମାନେ କେରଳର ବିଭିନ୍ନ କମ୍ପାନୀରେ କାମ କରୁଥିଲେ।  ସେମାନେ କେରଳର ଆନାକୁଲମ, ଆଲୁଆ, ଅଙ୍ଗଗାଲି ଅଞ୍ଚଳରେ ରହୁଥିଲେ।

ବନ୍ୟା ଯୋଗୁଁ ଏବେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ କରୁଛନ୍ତି। କାମ ତ ମିଳୁନି, ତାସହ ଯାହା ସଞ୍ଚୟ କରିଥିଲେ ତାହା ବି ସରିଗଲାଣି। ଚଢା ଦର ସହ ରାସନ ସାମଗ୍ରୀ ମିଳୁନଥିବାରୁ ଭୋକ ଉପବାସରେ ରହୁଥିବାର ସୂଚନା ମିଳିଛି। କେରଳ ସମେତ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ରହିଛି।

By amfnews

Related Post