Wed. Sep 30th, 2026

କେରଳ ବର୍ଷା: ଅଗଷ୍ଟ ୧୧ ଯାଏଁ କୋଚିନ ବିମାନ ବନ୍ଦର ବନ୍ଦ

257 Views

ତ୍ରିବେନ୍ଦ୍ରମ  : ଅବିଶ୍ରାନ୍ତ ବର୍ଷା ଯୋଗୁଁ କେରଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି କାରଣରୁ ଅଗଷ୍ଟ ୧୧ ତାରିଖ ଅପରାହ୍ଣ ୩ଟାଯାଏଁ କୋଚିନ୍‌ ବିମାନ ବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିବ। ଅତି ପ୍ରବଳ ବର୍ଷା ଯୋଗୁଁ ଶୁକ୍ରବାର ପାଇଁ ୧୧ଟି ଜିଲ୍ଲାର ସବୁ ସ୍କୁଲ୍‌ ବନ୍ଦ ରଖାଯାଇଛି। ବନ୍ୟାଜଳରେ ବିମାନ ବନ୍ଦରର ରନ୍‌େଓ୍ଵ ବୁଡ଼ି ଯାଇଛି। ଗତବର୍ଷ ବନ୍ୟା ସମୟରେ ବିମାନ ବନ୍ଦର ଦୁଇ ସପ୍ତାହ ବନ୍ଦ ରହିଥିଲା।

କେରଳରେ ସମ୍ପ୍ରତି ମୌସୁମୀ ବର୍ଷାର ଦ୍ୱିତୀୟ ପର୍ଯ୍ୟାୟ ଚାଲିଥିବାରୁ ଗତ କିଛି ଦିନ ହେବ ବୃଷ୍ଟିପାତ ପ୍ରବଳ ହେଉଛି। ଇଡୁକ୍କି, େଓ୍ଵନାଡ଼, ମାଲପୁରମ ଏବଂ କୋଝିକୋଡ଼ ଭଳି ଚାରିଟି ଜିଲ୍ଲାରେ ଅଗଷ୍ଟ ୯ ତାରିଖ ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି। ରେଡ୍‌ ଆଲର୍ଟ ଅତି ପ୍ରବଳ ବର୍ଷା ସମ୍ଭାବନାର ସତର୍କ ସୂଚନା। ପ୍ରାୟ ୨୨, ୧୬୫ ଜଣ ଲୋକଙ୍କୁ ସ୍ଥନାନ୍ତର କରାଯାଇ ସମଗ୍ର ରାଜ୍ୟ କରାଯାଇଥିବା ୩୧୫ କ୍ୟାମ୍ପ୍‌ରେ ରଖାଯାଇଛି। ବର୍ଷାଜନିତ ଘଟଣାରେ ଅନ୍ୟୂନ ୨୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

By amfnews

Related Post