Wed. Aug 12th, 2026

କେବେ ହେବ ପରବର୍ତ୍ତୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍, ଜଣାଇଲେ ମୁଖ୍ୟମନ୍ତ୍ରୀ

240 Views

ଭୁବନେଶ୍ୱର :୨୦୨୦ରେ ହେବ ପରବର୍ତ୍ତୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍  ଭୁବନେଶ୍ୱରରେ ଆୟୋଜିତ ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୧୯ ଉଦ୍‌ଘାଟନୀ ଉତ୍ସବରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  CII ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜିତ ହେବ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୧୮ରୁ ବହୁତ ସଫଳତା ମିଳିଛି।  ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରପୋଜାଲ ଆସିଥିଲା ୯୧ଟି ପ୍ରପୋଜାଲକୁ ମଂଜୁରୀ ମିଳିଛି। ସେସବୁର କାମ ଜାରି ରହିଛି।  ଆପଣମାନଙ୍କୁ ପରବର୍ତ୍ତୀ କନକ୍ଲେଭ୍‌ରେ ସାମିଲ୍ ହେବାକୁ ଆହ୍ୱାନ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ବର୍ଷରେ ଏହା ତୃତୀୟ ସଂସ୍କରଣ ହେବ।

By amfnews

Related Post