Sun. Sep 13th, 2026

କେନ୍ଦ୍ରୀୟ ଜିଏସ୍ଟି କାର୍ଯ୍ୟାଳୟରେ ବିଶ୍ୱ ଯୋଗ ଦିବସ

440 Views

ରାଉରକେଲା, ୨୩/୬ : ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ସମଗ୍ର ଦେଶରେ ଥିବା କେନ୍ଦ୍ରୀୟ କାର୍ଯ୍ୟାଳୟଗୁଡିକରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି । ଏହିକ୍ରମରେ ରାଉରକେଲାର ସିଭିଲ ଟାଉନସିପ୍ ଠାରେ ଥିବା କେକେ-୪୨, କେନ୍ଦ୍ରୀୟ ଜିଏସ୍ଟି କାର୍ଯ୍ୟାଳୟରେ ୪ର୍ଥ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି ।

ପତଞ୍ଜଳି ଯୋଗପୀଠ, ହରିଦ୍ୱାରରୁ ପ୍ରଶିକ୍ଷକ ଅକ୍ରୂର ମାର୍ଥା, ସୁଶ୍ରୀ ସବିତା ମହାପାତ୍ର ଏବଂ ନାରାୟଣୀ ନାୟକ ପ୍ରମୁଖ ଜିଏସ୍ଟି କର୍ମଚାରୀମାନଙ୍କୁ ବିଭିନ୍ନ ଯୋଗ ପ୍ରଶିକ୍ଷଣ ଦେବା ସହ ଯୋଗାଭ୍ୟାସ କରାଇଥିଲେ । ପ୍ରାରମ୍ଭରେ ଯୁଗ୍ମ କମିଶନର ଦେବଜ୍ୟୋତି ଚକ୍ରବର୍ତ୍ତୀ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଉପସ୍ଥିତ ଯୋଗ ପ୍ରଶିକ୍ଷକମାନେ ଦୈନନ୍ଦିନ ଜୀବନରେ ଜଣେ ମଣିଷ ଅତି କମ୍ରେ ଅଧଘଣ୍ଟା ଧରି ଯୋଗାଭ୍ୟାସ କରିବା ଦ୍ୱାରା ସେ ସୁସ୍ଥ ନିରାମୟ ଜୀବନଯାପନ କରିଥାନ୍ତି ।

ଏଥିସହ ମାନସିକ ଶାନ୍ତି ଲାଭ କରିଥାନ୍ତି ବୋଲି ଉପସ୍ଥିତ କର୍ମଚାରୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ କମିଶନର ସୁରେନ୍ଦ୍ର ସିଂ ବିଷ୍ଟ, ଅମୀତ ଚନ୍ଦ୍ର ସୁନାଲ, ଦେବତୋଷ ଚାଟାର୍ଜୀ, ଦେବାଶିଷ କର, ମୁଖ୍ୟ ଲେଖା ଅଧିକାରୀ ସି. ଜବାହାର ବାବୁ, ଅଧୀକ୍ଷକ ଗୋବିନ୍ଦ ଚନ୍ଦ୍ର ନାଥ, ସରୋଜକାନ୍ତ ଷଡଙ୍ଗୀ, ପ୍ରତାପ କିଶୋର କୁଜୁର, ଧରମବୀର କୁମାର, ଅନୀଲ କୁମାର ଗିରି, ବରୁଣ କୁମାର ବିଶ୍ୱାସ, ଜଗବନ୍ଧୁ ଦଳାଇ, ସଞ୍ଜୀବ କୁମାର ଦେହୁରୀ, ରାଜେନ୍ଦ୍ର କୁମାର ଟପ୍ପୋ, ସଞ୍ଜୟ କୁମାର ରଣା, ନିରୀକ୍ଷକ ଯୋଗେଶ କୁମାର, ମୁକେଶ କୁମାର, ରାଜେଶ କୁମାର ଆର୍ଯ୍ୟ, ମନୀଶ କୁମାର, ରବି ନିଖିଲ, ପ୍ରସନ୍ନ କୁମାର ସାହୁ, ଧନେଶ୍ୱର ମଲ୍ଲିକ ପ୍ରମୁଖ ବିଶ୍ୱ ଯୋଗ ଦିବସରେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିବା ବେଳେ ସହକାରୀ କମିଶନର ଅମୀତ ଚନ୍ଦ୍ର ସୁନାଲ ଧନ୍ୟବାଦ ଦେଇଥିଲେ

By amfnews

Related Post