Tue. Aug 18th, 2026

କେନ୍ଦ୍ରାପଡ଼ା: କେନାଲକୁ ଓଲଟିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିରେ ୧୫ ଛାତ୍ରଛାତ୍ରୀ

348 Views

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କେନାଲ ବନ୍ଧର ଲକ୍ଷ୍ମୀନାରାୟଣପୁର ନିକଟରେ ଏକ ସ୍କୁଲ ଭ୍ୟାନ କେନାଲକୁ ଓଲଟି ପଡ଼ିଛି। ତେବେ ଗ୍ରାମବାସୀଙ୍କ ସହଯୋଗରେ ଭ୍ୟାନ ସହିତ ଏଥିରେ ଥିବା ସମସ୍ତ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଛି। ଏଥିରେ କୌଣସି ଛାତ୍ରଛାତ୍ରୀ ଆହତ ହୋଇ ନାହାଁନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ ଜାଭିୟର ସ୍କୁଲରେ ବଢ଼ୁଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍କୁଲ ଭ୍ୟାନ୍‌ ଆଜି ସକାଳେ ସ୍କୁଲକୁ ଯାଉଥିବା ବେଳେ ହଠାତ କେନାଲ ରୋଡ୍‌ରେ ଭାରସାମ୍ୟ ହରାଇ ଲକ୍ଷ୍ମୀନାରାୟଣ ପୁର ନିକଟରେ କେନାଲକୁ ଓଲଟି ପଡ଼ିଥିଲା। ସୂଚନା ପାଇ ଗ୍ରାମବାସୀମାନେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଭିତରୁ ଛାତ୍ରଛାତୀଙ୍କୁ ଉଦ୍ଧାର କରିବା ସହିତ ଗାଡ଼ିଦୁଇଟିକୁ ମଧ୍ୟ ଉଦ୍ଧାର କରିଛନ୍ତି।

ତେବେ ସରକାରୀ ନିୟମ ସତ୍ତ୍ୱେ ଅତି ବିପଦଜ୍ଜନକଭାବେ ଛାତ୍ରଛାତ୍ରୀଙ୍କୁ ପରିବହନ କରାଯାଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସରକାରୀ ନିୟମକୁ ସ୍ଥାନୀୟ କର୍ତ୍ତୃପକ୍ଷ ପାଳନ କରୁ ନ ଥିବା ଅଭିଯୋଗ ହେଉଛି।

By amfnews

Related Post