Fri. Jul 24th, 2026

କେନ୍ଦୁଝର: କାଞ୍ଜିପାଣି ଘାଟିରେ ଓଲଟିଲା ବୋରିଂ ଖୋଳା ମେସିନ, ଜଣେ ମୃତ, ୫ ଗୁରୁତର

433 Views

କେନ୍ଦୁଝର, ଡିସେମ୍ବର ୦୪ : ଗତକାଳଇ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବାଂସପାଳ ବ୍ଲକ୍‌ ଅନ୍ତର୍ଗତ କାଞ୍ଜିିପାଣି ଥାନା ଅନ୍ତର୍ଗତ କାଞ୍ଜିିପାଣି ଘାଟିରେ ଏକ ରିଗ୍‌୍‌ ମେସିନ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁର ଏକ ସଂସ୍ଥାର ୬ ଜଣ ଶ୍ରମିକ ନଳକୁଅ ଖୋଳିବା ପାଇଁ ବୋରିଂ କରିବାକୁ ଏକ ରିଗ୍‌ ମେସିନ( ବୋରିଂ ଖୋଳା ଯନ୍ତ୍ର ସହିତ ଟ୍ରକ) ନେଇ କାଞ୍ଜିପାଣି ଘାଟି ଦେଇ ଯାଉଥିବା ବେଳେ ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା। ଫଳରେ ଏଥିରେ ଥିବା ୬ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

By amfnews

Related Post