Sun. Oct 4th, 2026

କେନ୍ଦୁଝର କଂଗ୍ରେସର ମନ୍ତ୍ରୀ ବଦ୍ରୀ ପାତ୍ର ଙ୍କ ଇସ୍ତଫା ଦାବୀ କରି କୁଶପୁତଳିକା ଦାହ …. 

270 Views

କେନ୍ଦୁଝର ଜିଲ୍ଲା ର ଏକ ମାତ୍ର ମନ୍ତ୍ରୀ ଭାବରେ ରାଜ୍ୟ ସରକାର ଙ୍କର ମନ୍ତ୍ରୀ ମଣ୍ଡଳରେ ଗଣଶିକ୍ଷା ମନ୍ତ୍ରୀ ଭାବରେ ସ୍ଥାନ ପାଇଥିବା ବଦ୍ରୀ ନାରାୟଣ ପାତ୍ର ଙ୍କର ଇସ୍ତଫା ଦାବୀ କରି ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଙ୍କର କୁଶପୁତଳିକା ଦାହ କରାଯାଇଛି । ବିଭିନ୍ନ ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ରେ ମନ୍ତ୍ରୀ ଙ୍କର ପୁଅ ଦେବାଶିଷ ପାତ୍ର ପୁଲିସ ଦ୍ୱାରା ଗିରଫ ହୋଇଥିବା ବେଳେ ଆନନ୍ଦପୁର ଅଂଚଳରେ ଏବେ ରାଜନୈ÷ତିକ ହିଂସାକାଣ୍ଡ ବଢି ବଢି ଚାଲିଛି । ଏହି ସବୁ ଘଟଣାର ପ୍ରଛଦ ପଟ୍ଟରେ ମନ୍ତ୍ରୀ ଙ୍କର ଭୂମୀକା ରହିଥିବା ଅଭିଯୋଗ କରି ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ନବୀନ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରିବାକୁ ଦାବି କରିଛି କଂଗ୍ରେସ ।

By amfnews

Related Post