Fri. Jul 3rd, 2026

କେନାଲକୁ ଖସି ପଡ଼ିଲା ସ୍କୁଲ୍ ଗାଡ଼ି; ୧୦ ଛାତ୍ରଛାତ୍ରୀ ଆହତ

225 Views

କୋଣାର୍କ : ପିଲାଙ୍କୁ ନେଇ ଯାଉଥିବା ଏକ ଘରୋଇ ସ୍କୁଲର ଟାଟା ମ୍ୟାଜିକ୍‌ ଗାଡ଼ି ଆଜି ସକାଳେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଅଳଗୁଆଁ  ଗାଁ ନିକଟରେ  ଦୁର୍ଘଟଣାଗ୍ରସ୍ତ ହୋଇଛି।  ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା କେନାଲକୁ ଖସି ପଡ଼ିଥିଲା। ଉକ୍ତ ସମୟରେ ଗାଡ଼ିରେ ୧୭ ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ତୁଳସୀପୁରସ୍ଥିତ ଏକ ଘରୋଇ ସ୍କୁଲର ଟାଟା ମ୍ୟାଜିକ୍‌ ଗାଡି ଅଳଗୁଆଁ ଗାଁରୁ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିଲା। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ କେନାଲରେ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ପାଣି ଭିତରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଆହତ ହୋଇଥିବା ୧୦ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କ ଘରକୁ ଛାଡ଼ି ଦିଆଯାଇଥିବା ବେଳ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଚାରିଛକ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

By amfnews

Related Post