Sun. Oct 4th, 2026

କେଜ୍ରିୱାଲ୍‌ଙ୍କ ବାସଭବନରେ ଆକ୍ରମଣର ଶିକାର ହୋଇଥିବା ଆଇଏଏସ୍‌ ଅଂଶୁପ୍ରକାଶଙ୍କ ବଦଳି

253 Views

ନୂଆଦିଲ୍ଲୀ, ନଭେମ୍ବର ୧୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନରେ ଆପ୍‌ ନେତାଙ୍କ ଆକ୍ରମଣର ଶିକାର ହୋଇଥିବାନେଇ ଅଭିଯୋଗ ଆଣିଥିବା ଆଇଏଏସ୍ ତଥା ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କର ବଦଳି ହୋଇଥିବା ଜଣାଯାଇଛି। ଶନିବାର କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା କିଛି ଆଇଏଏସ୍‌ଙ୍କ ବଦଳି ପ୍ରକ୍ରିୟାରେ ତାଙ୍କର ବଦଳି ହୋଇଛି। ସେ ବର୍ତ୍ତମାନ ଟେଲିକମ୍ୟୁନିକେସନ୍‌ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଇବେ।

ସୂଚନାଯୋଗ୍ୟଯେ, ଗତ ଫେବୃଆରୀ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ବସିଥିଲା। ତେବେ କୌଣସି କାରଣରୁ ଉତକ୍ଷିପ୍ତ ହୋଇ ମୁଖ୍ୟ ଶାସନ ସଚିବଙ୍କୁ ଧକା ଦେବା ସହ ମାଡ ମାରିଥିବା ଅଂଶୁ ପ୍ରକାଶ ଅଭିଯୋଗ ଆଣିଥିଲେ। ଏପରିକି ଘଟଣାକୁ ଗୁରୁତ୍ୱର ସହ ନେଇ ଦିଲ୍ଲୀ ଆଇଏଏସ୍ ସଂଘ ଏକ ଜରୁରୀକାଳିନ ବୈଠକ ଡାକିବା ସହିତ ଅନିର୍ଦ୍ଦିଷ୍ଟକାଳ ଯାଏଁ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲା।

ଅନ୍ୟପକ୍ଷରେ ୟୁଆଇଡିଏଆଇ ବା ଆଧାର ନିୟାମକର ସିଇଓ ଥିବା ଅଜୟ ଭୂଷଣ ପାଣ୍ଡେ ବର୍ତ୍ତମାନ ଆୟକର ସଚିବ ଦାୟିତ୍ୱ ନେବେ। ତାଙ୍କ ପୂର୍ବରୁ ହସ୍‌ମୁଖ୍‌ ଆଧିଆ ଏହି ଦାୟିତ୍ୱରେ ଥିଲେ।

By amfnews

Related Post