Thu. Jun 11th, 2026

କୂଅରେ ଡେଇଁବାକୁ ପଡିଲେ ବି ମୁଁ ଡେଇଁବି: କଂଗ୍ରେସ ବିଧାୟିକା

178 Views

ଭୋପାଳ: ବାଙ୍ଗାଲୋରରେ ଆଜି ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ବିଧାୟକ ଓ ବିଧାୟିକାମାନେ ସାମ୍ବାଦିକ ସମ୍ମିଳନୀ କରି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରତି ଥିବା ସମର୍ଥନକୁ ନେଇ ମତ ରଖିଛନ୍ତି | ବିଦ୍ରୋହୀ କଂଗ୍ରେସ ବିଧାୟିକା ଇମର୍ତ୍ତୀ ଦେବୀ ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତାକୁ ନେଇ ପୁଣି ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆମର ନେତା। ସେ ଆମକୁ ବହୁତ କିଛି ଶିଖାଇଛନ୍ତି | କୂଅରେ ଡେଇଁବାକୁ ହେଲେ ବି ମୁଁ ସବୁବେଳେ ତାଙ୍କ ସହିତ ରହିବି | ମୋତେ କୂଅ ଭିତରକୁ ଡେଇଁବାକୁ ପଡ଼ିଲେ ବି ମୁଁ ଡେଇଁବି |

ସେହିପରି ମଧ୍ୟପ୍ରଦେଶର ବିଧାୟକ ଗୋବିନ୍ଦ ସିଂ ରାଜପୁତ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କମଲନାଥ ୧୫ ମିନିଟ୍ ପର୍ଯ୍ୟନ୍ତ ମଧ୍ୟ ଆମ କଥା ଶୁଣି ନାହାଁନ୍ତି। ତେବେ ଆମ ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ପାଇଁ ଆମେ କାହା ସହିତ କଥା ହେବା ଉଚିତ୍? ଏଠାରେ ସୂଚନା ଥାଉ କି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରେ କମଳନାଥ ମନ୍ତ୍ରୀମଣ୍ଡଳର ୬ ମନ୍ତ୍ରୀଙ୍କ ସମେତ ୨୨ ବିଧାୟକ ଇସ୍ତଫା ଦେଇଥିଲେ। ତେବେ ବାଚସ୍ପତି କେବଳ ୬ ଜଣ ମନ୍ତ୍ରୀଙ୍କର ଇସ୍ତଫାକୁ ଗ୍ରହଣ କରିଥିଲେ।

ତେବେ ମଧ୍ୟପ୍ରଦେଶର କମଳନାଥ ସରକାରଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ ପ୍ରସଙ୍ଗକୁ ନେଇ ଏବେ ସସ୍‌ପେନ୍‌ସ ଜାରି ରହିଛି। କମଳନାଥ ସରକାରଙ୍କୁ ସୋମବାର ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ଥିବାବେଳେ ବାଚସ୍ପତି ବିଧାନସଭାକୁ ୧୦ ଦିନ ପାଇଁ ମୁଲତବୀ ଘୋଷଣା କରିଥିଲେ । ଅପରପକ୍ଷେ, ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ବିଜେପି ବିଧାୟକମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଉ କିଛି ସମୟ ପରେ ଏହାର ଶୁଣାଣି ହେବ।

By amfnews

Related Post