Fri. Jul 3rd, 2026
178 Views

ସମ୍ୱଲପୁର :  ସମ୍ୱଲପୁର ସୁନାପାଲି ଅଞ୍ଚଳରେ ଥିବା ଏକ କୁଲର ଗୋଦାମରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ରାତି ପ୍ରାୟ ୧୧ଟା ବେଳେ ହୋଇଥିବା ବେଳେ ଗୋଦାମରେ ନିଆଁ ଲାଗି ବହୁ କୁଲର ଓ କୁଲର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ବିଦ୍ୟୁତ୍‌ ସଟ୍‌ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବାବେଳେ ଘଟଣାସ୍ଥଳରେ ସମ୍ୱଲପୁର ଅଗ୍ନିଶମ ବାହିନୀର ଦୁଇଟି ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କୁଲର ଗୋଦାମରେ ନିଆଁ ଲାଗିବାରୁ ପ୍ରବଳ ଧୂଆଁ ବାହାରିଥିଲା। ତେଣୁ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଥମେ ଭିତରକୁ ଯିବା କଷ୍ଟକର ହୋଇପଡ଼ିଥିଲା। ପରେ ଭିତରକୁ ଯାଇ ସେମାନେ ନିଆଁକୁ ଆୟତ୍ତ କରିଥିଲେ।

By amfnews

Related Post