Sat. Aug 15th, 2026

କୁଲଗାମ୍‌ରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ଦୁଇ ଆତଙ୍କବାଦୀ ନିହତ

218 Views

ଗୋପାଲପୋରା: ବୁଧବାର ପାହାନ୍ତା ପୂର୍ବରୁ ଜମ୍ମୁ ଓ କଶ୍ମୀରର କୁଲଗାମ୍‌ ଜିଲ୍ଲା ଅନ୍ତର୍ଗତ ଗୋପାଲପୋରା ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଗୋପାଲପୋରା ଗ୍ରାମରେ ସେନାର ୩୪ଆର୍‌ଆର୍‌ ଏବଂ ଏସ୍‌ଓଜି କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ କରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସମ୍ପୃକ୍ତ ଅଞ୍ଚଳରେ କେତେଜଣ ଆତଙ୍କବାଦୀ ଲୁଚିଛନ୍ତି ବୋଲି ବିଶ୍ୱସ୍ଥସୂତ୍ରରୁ ଖବର ପାଇବା ପରେ କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅପରେସନ୍‌ ଆରମ୍ଭ ହୋିଥିଲା।

ସେ ଅଞ୍ଚଳରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା କଥା ଶୁଣାଯାଉଥିଲା। ନିରାପତ୍ତା ବଳଙ୍କ ଉପରୁ ଆତଙ୍କବବାଦୀମନେ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟ୍‌ର୍‌ର ସୂତ୍ରପାତ ହୋଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ନିହତ ଆତଙ୍କବାଦୀମାନଙ୍କର ଶବ ଉଦ୍ଧାର କରାଯାଇଛି। ସେମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଛି।

By amfnews

Related Post