Tue. Jul 14th, 2026

କୁକ୍‌ଙ୍କୁ ଭାରତୀୟ ଦଳ ଦେଲା ସାମରିକ ସମ୍ମାନ

239 Views

ସାଉଥମ୍ପଟନ୍‌  :   ଜୀବନର ଶେଷ ଟେଷ୍ଟ୍‌ ଖେଳୁଥିବା ଆଲେଷ୍ଟର କୁକ୍‌ଙ୍କୁ ଭାରତୀୟ ଖେଳାଳିମାନେ ଶୁକ୍ରବାର ଗାର୍ଡ ଅଫ୍‌ ଅନର ବା ସାମରିକ ସମ୍ମାନ ପ୍ରଦାନ କରିଥିଲେ। କୁକ୍‌ ବ୍ୟାଟିଂ ପାଇଁ ପଡ଼ିଆ ଭିତରକୁ ପ୍ରବେଶ କରିବା ପରେ ଭାରତୀୟ ଖେଳାଳିମାନେ ଦୁଇ ପଟେ ଦୁଇ ଧାଡ଼ିରେ ଠିଆହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ। ସେହିଭଳି କିଆ ଓଭାଲରେ ଉପସ୍ଥିତ ଥିବା ସମସ୍ତ କ୍ରିକେଟ୍‌ ପ୍ରେମୀ ଠିଆହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ।

ଏପରିକି ଅମ୍ପାୟାରମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହି ବିଶେଷ ଅବସରର ସ୍ମରଣିକା ଭାବେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ କଲିନ ଗ୍ରେଭ୍ସ କୁକ୍‌ଙ୍କୁ ଏକ ଟୋପି ଉପହାର ଦେଇଥିଲେ। ବ୍ୟକ୍ତିଗତ ଭାବେ କୁକ୍‌ କିନ୍ତୁ ପୂରା ଶାନ୍ତ ଏବଂ ଚିନ୍ତାମୁକ୍ତ ଥିଲେ। କୁକ୍‌ (୧୬୧) ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୧୬୧ ଟେଷ୍ଟ୍‌ ଖେଳିଥିଲା ବେଳେ ସାଉଥଆମ୍ପଟନ୍‌ ଟେଷ୍ଟ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ।

By amfnews

Related Post